Sat. Mar 7th, 2026
152 Views

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଧରମପୁର ଛକରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜୟନ୍ତ ନାଗ। ତାଙ୍କ ଘର ଦାନୋଝଲା ଗାଁରେ।

ଗତକାଲି ସନ୍ଧ୍ୟାରେ ଜୟନ୍ତ ନିଜର ଜଣେ ସମ୍ପର୍କୀୟଙ୍କ ବାହାଘର ଉତ୍ସବରେ ଯୋଗ ଦେବାକୁ ଧରମପୁର ଯାଇଥିଲେ। ଆଜି ସକାଳେ ଧରମପୁର ଛକରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଏକ ଅଜଣା ଗାଡ଼ି ତାଙ୍କୁ ପିଟି ଚାଲି ଯାଇ ଥିବା ଅନୁମାନ କରାଯାଉଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post