Wed. Mar 11th, 2026

ଅଚାନକ ବାଣୀବିହାର ପରିଦର୍ଶନରେ ଉଚ୍ଚ ଶିକ୍ଷାମନ୍ତ୍ରୀ

181 Views

ଭୁବନେଶ୍ୱର  : ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିଜନିତ ଅସୁବିଧା ଏବଂ ହଷ୍ଟେଲ୍‌ ସମସ୍ୟାର ସତ୍ୟାସତ୍ୟ ତଦାରଖ କରିବାକୁ ଗୁରୁବାର ସକାଳ ପ୍ରାୟ ୮ଟା ବେଳେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ବାଣୀବିହାର ପରିଦର୍ଶରେ ଆସିଛନ୍ତି। ଦୁଇ ଦିନ ତଳୁ ଛାତ୍ରଛାତ୍ରୀମାନେ ବିଭିନ୍ନ ସମସ୍ୟାର ସମାଧାନ ଦାବି କରି ଆନ୍ଦୋଳନ ଚଳାଇଛନ୍ତି।

ପ୍ରଥମେ ସେ ବିଭିନ୍ନ ଛାତ୍ରାବାସ ବୁଲି କୋଠରିଗୁଡ଼ିକରେ ପାଣି ଗଳିବା ଏବଂ କି ଭଳି ନିମ୍ନ ଧରଣର ଖାଦ୍ୟ ପରିବେଷଣ କରାଯାଉଛି ସେ ଅଭିଯୋଗର ତଦାରଖ କରିଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ଛାତ୍ରାବାସଗୁଡ଼ିକ ବୁଲିବା ପରେ ଶ୍ରୀ ସାହୁ ସମ୍ପ୍ରତି କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟଙ୍କ ସହ ଗୁପ୍ତ ବୈଠକରେ ବସିଛନ୍ତି।

ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସହ ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ମଧ୍ୟ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଛନ୍ତି। କୁଳପତିଙ୍କ ସମେତ ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ସକାଳୁ ଉପସ୍ଥିତ ଅଛନ୍ତି। ଏହା ପରେ ମନ୍ତ୍ରୀ ଛାତ୍ରୀ ନିବାସ ଏବଂ ବିଭିନ୍ନ ବିଭାଗ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି।

By amfnews

Related Post