Wed. Dec 25th, 2024

ଅଙ୍ଗନବାଡ଼ିରେ ପଞ୍ଜୀକୃତ ୧୪ ଲକ୍ଷ ନକଲି ଶିଶୁ, ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି

By amfnews Nov 19, 2018 #Featured
113 Views

ଲଖନଉ, ନଭେମ୍ବର ୧୯ : ଉତ୍ତରପ୍ରଦେଶର ଅନେକଗୁଡ଼ିଏ ଅଙ୍ଗନବାଡ଼ି କେନ୍ଦ୍ରରେ ୧୪ ଲକ୍ଷ ନକଲି ଶିଶୁ ପଞ୍ଜିକରଣ କରାଯାଇଥିବା ଜଣାପଡ଼ିଛି । କିଛି ଦିନ ପୂର୍ବରୁ ଦିଲ୍ଲୀରେ ହୋଇଥିବା ରାଷ୍ଟ୍ରୀୟ ପୋଷଣ ପରିଷଦର ବୈଠକରେ ଉତ୍ତରପ୍ରଦେଶ ଏହି ତଥ୍ୟ କେନ୍ଦ୍ରୀୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟକୁ ସୂଚନା ଦେଇଛି । ସୂତ୍ର ଅନୁସାରେ ଅଧିକାରୀମାନେ କହିଛନ୍ତି, ନକଲି ଶିଶୁଙ୍କ ବାବଦରେ ଆଧାର ସହିତ ହିତାଧୀକାରୀଙ୍କ ପଞ୍ଜିକରଣ ପରେ ହୋଇଛି । ପୋଷଣ ପରିଷଦର ଆଜି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ଉତ୍ତରପ୍ରଦେଶରେ ପାଖାପାଖି ୧.୮୮ ଲକ୍ଷ ଅଙ୍ଗନବାଡ଼ି କେନ୍ଦ୍ର ପରିଚାଳିତ ହେଉଛି । ଏଥିରେ ୧.୦୮ କୋଟି ଶିଶୁ ପଞ୍ଜୀକୃତ ହୋଇଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ରରେ ୬ ବର୍ଷର ଶିଶୁଙ୍କ ବିକାଶ ପାଇଁ ଖାଦ୍ୟ ଦିଆଯାଇଥାଏ । ଅନେକ ସ୍ଥାନରେ ଶିଶୁମାନଙ୍କ ନାମ ୨ଟି ଅଙ୍ଗନବାଡ଼ି କେନ୍ଦ୍ରରେ ରହୁଛି । ଜଣେ ଶିଶୁ ଏକାଧିକ ଅଙ୍ଗନବାଡ଼ିରୁ ଲାଭ ଉଠାଉଛି । ଏମିତି ଭାବରେ ୧୪ ଲକ୍ଷ ନକଲି ଶିଶୁ ପଞ୍ଜିକରଣ ହୋଇଥିବା ଜଣାପଡ଼ିଛି ।

ଅଙ୍ଗନବାଡ଼ି କେନ୍ଦ୍ରରେ ୧ କୋଟି ୮ ଲକ୍ଷ ଶିଶୁଙ୍କ ନାମ ପଞ୍ଜୀକୃତ ହୋଇଛି । ବର୍ଷ ୨୦୧୮ ଫେବୃୟାରୀ ପର୍ଯ୍ୟନ୍ତ ଗତ ଆର୍ଥିକ ବର୍ଷରେ ଏହି କେନ୍ଦ୍ରମାନଙ୍କୁ ୨୧୨୬ କୋଟି ଟଙ୍କା ଜାରି କରାଯାଇଥିଲା । ବାଳ ବିକାଶ ବିଭାଗ ସହିତ ଜଡ଼ିତ ଜଣେ ଅଧିକାରୀଙ୍କ ଅନୁସାରେ ପିଲାମାନଙ୍କ ଖାଇବା ପାଇଁ ପ୍ରତିଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଣେ ଶିଶୁଙ୍କୁ ୪ଟଙ୍କା ୮୦ ପଇସା ଦେଇଥାନ୍ତି । ସେହିପରି ରାଜ୍ୟ ସରକାର ୩ଟଙ୍କା ୩୦ ପଇସା ଦେଇଥାନ୍ତି । ନକଲି ଶିଶୁଙ୍କ ପରିଚୟ ମିଳିବା ପରେ ସରକାର ଏବେ ପ୍ରତି ମାସରେ ୩୫ କୋଟି ଟଙ୍କା ବଞ୍ଚାଇ ପାରିବେ । ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ପ୍ରକୃତ ଶିଶୁ ସଂଖ୍ୟା କେତେ ହେବ, ତାହା ଆଡଭାଇଜରି ଜାରି ହେବ ।

By amfnews

Related Post