Sat. Mar 7th, 2026

ଅଘୋଷିତ ବିଦ୍ୟୁତ କାଟ ଉପରେ ଲାଗିବ କଟକଣା : ଉପଭୋକ୍ତାଙ୍କୁ ନଜଣାଇ ବିଦ୍ୟୁତ୍‌ କାଟ କଲେ କମ୍ପାନୀକୁ ଦେବାକୁ ପଡିବ ଜରିମାନା!

257 Views

ଏଣିକି ଅଘୋଷିତ ବିଦ୍ୟୁତ କାଟ ଉପରେ ଲାଗିବ ଜରିମାନା। ଉପଭୋକ୍ତାଙ୍କୁ ନଜଣାଇ ବିଦ୍ୟୁତ୍‌ କାଟ କଲେ କମ୍ପାନୀ ତଥା ସଂସ୍ଥାକୁ ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା। ତେବେ ଏନେଇ ଉପଭୋକ୍ତାଙ୍କୁ ପ୍ରଥମେ ବିଦ୍ୟୁତ ମନ୍ତ୍ରାଳୟଙ୍କୁ ସୂଚିତ କରିବାକୁ ହେବ।

ସୂଚନା ମୁତାବକ, ବିଦ୍ୟୁତ ସେବା ଯୋଗାଉଥିବା କମ୍ପାନୀ ଯଦି ଉପଭୋକ୍ତାଙ୍କୁ ନ ଜଣାଇ ବିଦ୍ୟୁତ କାଟ୍‌ କରନ୍ତି ତେବେ ଏଥିପାଇଁ କମ୍ପାନୀକୁ ଜରିମାନା ଦେବାକୁ ପଡିବ। ସେହିପରି ଯଦି କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ବିଦ୍ୟୁତ କାଟ୍‌ ହୋଇଥାଏ ତେବେ କମ୍ପାନୀକୁ ଏଥିପାଇଁ କୌଣସି ଜରିମାନା ଦେବାକୁ ପଡିବ ନାହିଁ। ଏନେଇ ଉପଭୋକ୍ତା ସିଧାସଳଖ ବିଦ୍ୟୁତ ମନ୍ତ୍ରାଳୟଙ୍କୁ ସୂଚିତ କରିପାରିବେ। ତେବେ ଦେଶରେ ବିଜୁଳି ଚୋରିକୁ ରୋକିବା ଉଦ୍ଦେଶ୍ୟରେ ସରକାର ନିୟମରେ ସଂଶୋଧନ କରି ଜରିମାନା ରାଶିକୁ ଏକ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି।

ସରକାର ଖୁବ୍‌ ଶୀଘ୍ର ବିଦ୍ୟୁତ ଆକ୍ଟ ୨୦୦୩ରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏଥିପାଇଁ ଡ୍ରାଫ୍‌ଟ ମଧ୍ୟ ଜାରି ହୋଇସାରିଛି। ଯେଉଁଥିରେ ବିଦ୍ୟୁତ କଂପାନୀମାନଙ୍କୁ ନୂଆ ଡ୍ରାଫ୍‌ଟ ଅନୁସାରେ ୪୦ ଦିନ ଭିତରେ ଜବାବ ରଖିବାକୁ ପଡିବ। ଏହା ପୂର୍ବରୁ ୨୦୧୪ରେ ଏହି ନିୟମକୁ କଡାକଡି କରାଯିବାକୁ ଅନେକ ପ୍ରଚେଷ୍ଟ କରାଯାଇଥିଲା। ନୂଆ ପ୍ରସ୍ତାବ ମୁତାବକ, ଫ୍ୟାକ୍ଟ୍ରିରେ ବିଜୁଳି ଚୋରି କରୁଥିବା ବ୍ୟକ୍ତିବିଶେଷଙ୍କଠାରୁ ୫୦ ହଜାର ଟଙ୍କା ପ୍ରତି କିଲୋୱାଟ ଜରିମାନା ଆଦାୟ କରାଯିବ। କାରଣ ପୂର୍ବରୁ ଏହି ରାଶି ୨୦ ହଜାର ଟଙ୍କା ପ୍ରତି କିଲୋୱାଟ ପିଛା ଥିଲା। ଏଥିସହିତ ହିଁ ଛୋଟ ଦୋକାନୀ ତଥା ବ୍ୟବସାୟୀଙ୍କଠାରୁ ୩୦ ହଜାର ଟଙ୍କା ପ୍ରତି କିଲୋୱାଟ ଜରିମାନା ଆଦାୟ କରିବାର ନିୟମ କଡାକଡି କରିଛନ୍ତି। ସେହିପରି ଜରିମାନା ନଦେବା ବ୍ୟକ୍ତିବିଶେଷଙ୍କଠାରୁ ୧ କୋଟି ଟଙ୍କା ଆଦାୟ କରାଯିବ।

ସେହିପରି ବିଦ୍ୟୁତ କଂପାନୀମାନଙ୍କ ଉପରେ ବି ସରକାର ଜରିମାନା ଲାଗୁ କରିବାକୁ ଯାଉଛନ୍ତି। ଏହି ଜରିମାନା କଂପାନୀମାନଙ୍କ ଉପରେ ଅଘୋଷିତ ବିଦ୍ୟୁତ କାଟ୍‌ ଉପରେ ଲାଗୁ କରାଯିବ। ଏଥିସହିତ ହିଁ ବିଦ୍ୟୁତ କାଟ୍‌ ହେବା ଦ୍ୱାରା ଉପଭୋକ୍ତା ସିଧାସଳଖ ବିଦ୍ୟୁତ ମନ୍ତ୍ରାଳୟକୁ ସୂଚିତ କରିପାରିବେ।

By amfnews

Related Post