Sun. Mar 8th, 2026

ଅଗଷ୍ଟ ୧୫ ଯାଏଁ ଶ୍ରୀନଗରୁ ବିମାନ ଟିକେଟର ମୂଲ୍ୟ ୯, ୫୦୦/- ସୀମିତ ରଖିଲା ଏୟାର୍‌ ଇଣ୍ଡିଆ

153 Views

ନୂଆଦିଲ୍ଲୀ  : ସିକ୍ୟୁରିଟି ଆଲର୍ଟକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଶ୍ରୀନଗରକୁ ଯିବା ଓ ଆସିବା ପାଇଁ ବିମାନଯାତ୍ରା ଟିକେଟ୍‌ର ମୂଲ୍ୟ ୯, ୫୦୦ ଟଙ୍କାରେ ସୀମିତ ରଖିଛି।ଏୟାର୍‌ ଇଣ୍ଡିଆର ମୁଖପାତ୍ର ଧନଞ୍ଜୟ କୁମାର କହିଛନ୍ତି, ଅଗଷ୍ଟ ୧୫ ଶ୍ରୀନଗରକୁ ଯାତାୟାତ କରୁଥିବା ଏୟାର ଇଣ୍ଡିଆର ସମସ୍ତ ବିମାନରେ ଟିକେଟ୍‌ର ମୂଲ୍ୟ ୯୫୦୦/- ରେ ସୀମିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ତୁରନ୍ତ କଶ୍ମୀର ଉପତ୍ୟକା ଛାଡ଼ି ଚାଲିଯିବାକୁ ହଜାର ହଜାର ଯାତ୍ରୀ ଓ ପର୍ଯ୍ୟଟକମାନଙ୍କୁ କୁହାଯିବାରୁ ସେଠାରେ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏ ଭଳି ନିଷ୍ପତ୍ତି ନିଆଯାଇଛି। କିନ୍ତୁ, ଟିକେଟ୍‌ ନ ଥିବାରୁ ବା ଟିକେଟ୍‌ର ମୂଲ୍ୟ ୧୦ ହଜାରରୁ ଊର୍ଦ୍ଧ୍ୱ ହୋଇଥିବାରୁ ଅନେକ ଲୋକ ଅଟକି ରହିଯାଇଥିଲେ।

ଏୟାର୍‌ପୋର୍ଟସ୍‌ ଅଥରିଟି ଅଫ୍‌ ଇଣ୍ଡିଆର ସୂଚନା ଅନୁସାରେ, କଶ୍ମୀରରୁ ବାହାରି ଯିବା ପାଇଁ ଶ୍ରୀନଗର ଆନ୍ତର୍ଜାତିକ ଏୟାପୋର୍ଟରେ ଶନିବାର ଦିନ ୬, ୨୦୦ ଯାତ୍ରୀ ଆସିଥିଲେ। ସେଥିରୁ ୩୨ଟି ପୂର୍ବନିର୍ଦ୍ଧାରିତ ବିମାନରେ ୫, ୮୦୦ ଯାତ୍ରୀ ଯାତ୍ରା କରିଥିଲେ। ଅଧିକ ଯାତ୍ରୀ ଓ ପର୍ଯ୍ୟଟକ କଶ୍ମୀର ଉପତ୍ୟକା ଛାଡ଼ିବାକୁ ପ୍ରସ୍ତୁତି କରୁଥିବାରୁ ଏୟାର୍‌ ଇଣ୍ଡିଆ ଯାତ୍ରୀଭଡ଼ା ୯, ୫୦୦/- ସୀମିତ ରଖିବାକୁ ସ୍ଥିର କରିଛି।

By amfnews

Related Post