Fri. Mar 6th, 2026

ଅଖିଳ ଭାରତ ଚିକ୍ ବଡାଇକ ସମାଜ ଓ କଳିଙ୍ଗ ବଡାଇକ ସମାଜର ନୂତନ କର୍ମକର୍ତ୍ତା ଚୟନ ଏବଂ ଦାୟିତ୍ୱଗ୍ରହଣ

253 Views

ରାଉରକେଲା, ୨୬/୬: ଅଖିଳ ଭାରତୀୟ ଟିକ୍ ବଡାଇକ ମହାସଭା ଏବଂ କଳିଙ୍ଗ ବଡାଇକ ସମାଜ ସମିତି ଆନୁକୂଲ୍ୟରେ ସାଧାରଣ ପରିଷଦ ବୈଠକ ସେକ୍ଟର-୧୩ କମ୍ୟୁନିଟି ସେଣ୍ଟର ଠାରେ ସତ୍ୟନାରାୟଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ସମାଜର ପ୍ରଥମ ମହାସମ୍ମିଳନୀର ଆୟବ୍ୟୟ ବିବରଣୀ ପାରିତ ହୋଇଥିଲା ଏବଂ ଓଡିଶାର ମାଟ୍ରିକ, +୨, +୩ ତଥା ଚତୁର୍ଥ ଶ୍ରେଣୀରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧାନ ଦିଆଯାଇଥିଲା ।

ଏତଦ୍ବ୍ୟତୀତ ସମାଜର କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ଅବଧି ଶେଷ ହୋଇଥିବାରୁ ନୂତନ କର୍ମକର୍ତ୍ତାଙ୍କ ଚୟନ ଓ ମନୋନୟନ କରାଯାଇଥିଲା । ସଭାପତି ଭାବେ ଲକ୍ଷ୍ମୀନାଥ ବଡାଇକ, କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ଦାସ, ସାଧାରଣ ସମ୍ପାଦକ ସୋନୁ ବଡାଇକ, ପ୍ରବକ୍ତା ରାମପ୍ରସାଦ ବୁନକର, ମେଡିଆ ପ୍ରବାରୀ ଶଶିକାନ୍ତ ଭଗତ, ମୁଖ୍ୟ କୋଷାଧ୍ୟକ୍ଷ ଅଶୋକ ଜମକିଆର, ମୁଖ୍ୟ ଉପଦେଷ୍ଟା ଶ୍ୟାମସୁନ୍ଦର ବଡାଇଙ୍କୁ ମନୋନୀତ କରାଗଲା ।

ବିଭିନ୍ନ ପ୍ରଦେଶର ଉପାଧ୍ୟକ୍ଷ ଭାବେ ଲଖନ ଚନ୍ଦ୍ର ବଡାଇକ, ବିକ୍ରମ ବଡାଇକ, ମହାବୀର ବଡାଇକ, ଶିବଶଙ୍କର ଚୌହାନ, ସମ୍ପାଦକ ଭାବେ ମୁଖନାଥ ବଡାଇକ, ଋଷି ବଡାଇକ, ସଞ୍ଜୟ ବଡାଇକ, ରାଜକୁମାର ଚୌହାନ, କୋଷାଧ୍ୟକ୍ଷ ଭାବେ ମଙ୍ଗଲ ବଡାଇକ, ରାମଲଖନ ବଡାଇକ, ସୁରଞ୍ଜନ ବଡାଇକ, ଖାସରୁ ବଡାଇକ ଏବଂ ଉପଦେଷ୍ଟା ମଣ୍ଡଳୀରେ ବନମାଳି ବଡାଇକ, ବିଗଲାଲ ବଡାଇକ, ହରି ବଡାଇକ, ସମୀର ବଡାଇକ ଓ ଲକ୍ଷ୍ମଣ ବଡାଇଙ୍କୁ ମନୋନୀତ କରାଯାଇଛି । ବୈଠକରେ ରାଷ୍ଟ୍ରୀୟ ମହିଳା ଅଧ୍ୟକ୍ଷା ଭାବେ ସତୀ ଦେବୀ ବଡାଇକ ଓ ଯୁବ ଅଧ୍ୟକ୍ଷ ଭାବେ ବସନ୍ତ ବୁନକରଙ୍କୁ ମନୋନୀତ କରାଯାଇଥିବା ବେଳେ ସଞ୍ଜୟ ପାଡୱାର ଧନ୍ୟବାଦ ଦେଇଥିଲେ ।

Related Post