Mon. Jan 13th, 2025

ଅଖିଳେଶ-ମାୟାବତୀଙ୍କ ମହାମେଂଟକୁ ନେଇ ଚୂଡାନ୍ତ ଘୋଷଣା, ୩୮-୩୮ ଆସନରୁ ଲଢିବେ ନିର୍ବାଚନ

By amfnews Jan 12, 2019 #Featured
131 Views

ଲକ୍ଷ୍ନୌ, ଜାନୁଆରୀ ୧୨  : ଲକ୍ଷ୍ନୌରେ ସପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ବିଏସପି ସୁପ୍ରିମୋ ମାୟାବତୀଙ୍କ ସଂଯୁକ୍ତ ଗଣମାଧ୍ୟମ ସମ୍ମିଳନୀରେ ମହାମେଂଟର ଚିତ୍ର ସ୍ପଷ୍ଟ କରିଛନ୍ତି ମାୟାବତୀ । ଉଭୟ ଦଳ ୩୮-୩୮ ଆସନରୁ ନିର୍ବାଚନ ଲଢିବେ । ୨ଟି ଆସନ ଅନ୍ୟ ଦଳ ପାଇଁ ଏବଂ ୨ଟି ଆସନ କଂଗ୍ରେସ ପାଇଁ ଛାଡିବେ ବୋଲି ମୟାବତୀ କହିଛନ୍ତି । ଅମେଠି ଏବଂ ରାୟବରେଲି ରାହୁଲ ଓ ସୋନିଆଙ୍କ ଆସନ ହୋଇଥିବା ହେତୁ ଏହି ଦୁଇଟି ଆସନ କଂଗ୍ରସ ପାଇଁ ଛାଡିବେ ବୋଲି ମାୟାବତୀ ସ୍ପଷ୍ଟ କରିଛନ୍ତି ।

ମାୟାବତୀ କହିଛନ୍ତି କି, ଏହା ଏକ ଐତିହାସିକ ପ୍ରେସ କନଫରେନ୍ସ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଦ ଉଡିଯିବ ।  ସବୁଠୁ ଖାସ କଥା ଏହିକି ଯେ, ୨୦୧୭ ବିଧାନସଭା ନିର୍ବାଚନ ପାଇଁ ରାହୁଲ ଗାନ୍ଧୀ ଏବଂ ଅଖିଳେଶ ଯାଦବଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀକେଯଉଁ ସ୍ଥାନରେ ଆୟୋଜନ କରାଯାଇଥିଲା ଏବେ ସେହି ସ୍ଥାନରେ ପୁଣି ଥରେ ଆୟୋଜନ କରାଯାଇଛି । ୧୯୯୩ରେ ସମାଜବାଦୀ ପାର୍ଟି ସହ କାଶୀରାମ ମୁଲାୟମଙ୍କ ସହ ମହାମେଂଟ କରିଥିଲେ । ଏବେ ବିଜେପିର ଜାତିବାଦ ଏବଂ ସାମ୍ପ୍ରଦାୟିକ ନୀତି ଠାରୁ ବର୍ତିବା ପାଇଁ ବିଏସପି ପୁଣି ଥରେ ମହାମେଂଟ କରିଛୁ ବୋଲି ମାୟାବତୀ କହିଛନ୍ତି ।

ମାୟାବତୀଙ୍କ କହିବା ଅନୁଯାୟୀ, ୨୦୧୯ରେ ହୋଇଥିବା ମହାମେଂଟ ଏକ ପ୍ରକାର ରାଜନୈତିକ କ୍ରାନ୍ତି ସୃଷ୍ଟି କରିବ । ଲୋକସଭା ଏବଂ ବିଧାନସଭାରେ ବିଜେପି ଧୋକାରେ ସରକାର ତିଆରି କରିଛି । ରାହୁଲଙ୍କୁ ମହାମେଂଟରେ ସାମିଲ ନକରାଯିବା ପଛର ଉଦ୍ଦେଶ୍ୟ ବିଷୟରେ ମାୟାବତୀ କହିଛନ୍ତି କି, ଦଳ ବହୁ ସମୟ ଧରି ଶାସନ କରି ଆସୁଛି । ତାଙ୍କର ଶାସନ ସମୟରେ ଗରୀବି ଆସିଛି । ବିଜେପି ଏବଂ କଂଗ୍ରେସର କାର୍ଯ୍ୟଶୈଳୀ ପ୍ରାୟ ଏକ ପ୍ରକାରର ରହିଛି । ରକ୍ଷା ଚୁକ୍ତିରେ ଦୁଇ ଦଳ ଓଲଟ ପାଲଟ କରିଛନ୍ତି । ପ୍ରଥମେ କଂଗ୍ରେସ ବୋଫର୍ସରେ କରିଥିଲା ଏବେ ବିଜେପି ରାଫେଲରେ କରିଛି । ଏହି ଭଳି ଦଳ ସହ ମହାମେଂଟ କରିବାର କୌଣସି ଅର୍ଥ ନାହିଁ ।

ମାୟାବତୀ ପୁଣି କହିଛନ୍ତି କି, ବିଧାନସଭା ନିର୍ବାଚନରେ ଆମକୁ ଏହି ଦଳଙ୍କ ବିଷୟରେ ଅନୁଭୂତି ହୋଇ ସାରିଛି । ଏହି କାରଣରୁ ଆମେ କଂଗ୍ରେସ ସହ ମହାମେଂଟ କରିବୁ ନାହିଁ । କଂଗ୍ରେସ ସମୟରେ ଜରୁରୀକାଳିନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ଦ୍ୱାରା ଆମ ଦଳର ଭୋଟ କମି ଯାଇଥାନ୍ତା । ଯଦି ବିଜେପି ପୂର୍ବଥର ଭଳି ଏଭିଏମରେ ଗଡବଡ ନକରେ ଏବଂ ଧାର୍ମିକ ଭାବନାକୁ କ୍ଷତି ନପହଂଚାଏ ତେବେ ଆମେ ପୁଣି ଥରେ ତାକୁ ହଟେଇବାକୁ ଚେଷ୍ଟା କରିବୁ । ବିଜେପି ଶାସନରେ ମହିଳା ଏବଂ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବାକୁ ପ୍ରୟାଶ କରିବୁ ବୋଲି ମୟାବତୀ କହିଛନ୍ତି ।

By amfnews

Related Post