Mon. Feb 3rd, 2025

ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ

By amfnews Sep 21, 2019 #Featured
153 Views

ନୂଆଦିଲ୍ଲୀ: ଆଜି ମଧ୍ୟାହ୍ନରେ ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ବହୁପ୍ରତୀକ୍ଷିତ ଓଡ଼ିଶାର ବିଜେପୁର ଉପନିର୍ବାଚନପାଇଁ ତାରିଖ ଘୋଷଣା କରାଯାଇଛି। ଆଗାମୀ ଅକ୍ଟୋବର ୨୧ ତାରିଖରେ ବରଗଡ଼ ଜିଲ୍ଲାର ବିଜେପୁରରେ ଉପନିର୍ବାଚନ ହେବ ବୋଲି ଜଣାଯାଇଛି। ଏଠାରେ ଅକ୍ଟୋବର ୨୪ ତାରିଖରେ ଭୋଟ ଗଣତି ହେବ ବୋଲି ଘୋଷଣା କରାଯାଇଛି। ନାମାଙ୍କନର ଶେଷ ତାରିଖ ୩୦ ସେପ୍ଟେମ୍ବର ଥିବା ବେଳେ ନାମାଙ୍କନ ଯାଞ୍ଚର ତାରିଖ ୧ ଅକ୍ଟୋବର ରହିଛି। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଏହି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଏଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚିତ ହେବାପରେ ସେହି ଆସନରୁ ଇସ୍ତଫା ଦେବ ହେତୁ ବିଜେପୁରରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ଘୋଷଣା ଅନୁଯାୟୀ ଉଭୟ ମହାରାଷ୍ଟ୍ର ଓ ହରିୟାଣାରେ ଅକ୍ଟୋବର ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।ଏଥପାଇଁ ସେପ୍ଟେମ୍ବର ୨୩ ତାରିଖରେ ବିଧିବଦ୍ଧଭାବେ ଘୋଷଣା କରାଯିବ। ଅକ୍ଟୋବର ୨୪ ତାରିଖରେ ଉଭୟ ମହାରାଷ୍ଟ୍ର ଓ ହରିୟାଣାରେ ଭୋଟ ଗଣତି ହେବ।

By amfnews

Related Post