Mon. Mar 9th, 2026

ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଯାଉଛି ମୋ ସରକାର

288 Views

ଭୁବନେଶ୍ୱର : ଥାନାରେ ଅଭିଯୋଗକାରୀ ପହଞ୍ଚିଲା ପରେ ତାଙ୍କ ମୋବାଇଲ୍‌ ନମ୍ବରକୁ ତୁରନ୍ତ ‘ମୋ ସରକାର’ ପୋର୍ଟାଲ୍‌ରେ ପଞ୍ଜୀକରଣ କରାଯିବ। ପଞ୍ଜୀକୃତ ହେବା ମାତ୍ରେ ଅଭିଯୋଗକାରୀଙ୍କ ପାଖକୁ ସଙ୍ଗେ ସଙ୍ଗେ ଏସ୍‌ଏମ୍‌ଏସ୍‌ ଯିବ। ‘ମୋ ସରକାର’ ପୋର୍ଟାଲ୍‌ରୁ ୧୦ଟି ନମ୍ବରକୁ ବାଛି ଅଭିଯୋଗକାରୀଙ୍କ ସହିତ ସିଧାସଳଖ ମୁଖ୍ୟମନ୍ତ୍ରୀ କଥା ହେବେ। ଯଦି ଅଭିଯୋଗକାରୀଙ୍କ ମୋବାଇଲ୍‌ ନମ୍ବର ନ ଥାଏ, ତେବେ ସେ ତାଙ୍କର ଆତ୍ମୀୟମାନଙ୍କ ନମ୍ବର ଦେଇପାରିବେ। ସେହିପରି ଯଦି ଥାନା ଅଧିକାରୀ ଅବହେଳାକ୍ରମେ ଅଭିଯୋଗକାରୀଙ୍କ ମୋବାଇଲ୍‌ ନମ୍ବର ପଞ୍ଜୀକରଣ ନ କରନ୍ତି, ସେ ‌େକ୍ଷତ୍ରରେ ଅଭିଯୋଗକାରୀ ଟୋଲ୍‌ ଫ୍ରି ନମ୍ବରକୁ ଫୋନ୍ କଲା ପରେ ଏସ୍‌ଏମ୍‌ଏସ୍‌ ପାଇପାରିବେ।

ଥାନା ଅଧିକାରୀଙ୍କ ଏହି ଅବହେଳାକୁ ଗୁରୁତର ସହ ନିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଥାନା ଅଧିକ‌ାରୀମାନେ ମୋ ସରକାରରେ ଭଲ କାମ କରିବେ, ଲୋକଙ୍କ ପ୍ରତିକ୍ରିୟା ସେମାନଙ୍କ ଥାନା ପ୍ରତି ଭଲ ରହିବ, ତେବେ ସଂପୃକ୍ତ ଥାନା ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଭାବେ ଆଉଟ୍‌ ଅଫ୍ ଟର୍ଣ୍ଣ ପଦୋନ୍ନତି ଦିଆଯିବ। ପ୍ରତି ମାସରେ ଜିଲ୍ଲା ସ୍ତରରେ ‘୫ଟି’ରେ ଭଲ କାମ ପାଇଁ ମୋ ସରକାର ପୁରସ୍କାର ଏବଂ ରାଜ୍ୟ ସ୍ତରରେ ମଧ୍ୟ ଅନ୍ତଃ ବିଭାଗୀୟ ପୁରସ୍କାର ଦିଆଯିବ ବୋଲି ଆଜିର ବୈଠକରେ ଘୋଷଣା କରାଯାଇଛି।

By amfnews

Related Post