Sun. Mar 8th, 2026

୯ ସପ୍ତାହ ପରେ ଚାଇନାର ଉହାନରେ ଗଡ଼ିଲା ବସ

223 Views

ବେଜିଂ: କରୋନା ଭାଇରସର ପ୍ରାଣକେନ୍ଦ୍ର କୁହାଯାଉଥିବା ଚାଇନାର ଉହାନରେ ସ୍ଥିତି ସୁଧୁରିବାରେ ଲାଗିଛି। କରୋନା ପାଇଁ ଏଠାରେ ହଜାର ହଜାର ଲୋକଙ୍କ ମୃତ୍ୟୁପରେ ଏହାକୁ ଚାଇନା ସରକାର ବାହ୍ୟ ଜଗତରୁ ଏକ ପ୍ରକାରର ବିଚ୍ଛିନ୍ନ କରିଦେଇଥିଲେ। ଦୀର୍ଘ ୯ ସପ୍ତାହ ଧରି ଏଠାରେ ଲଗା ଯାଇଥିବା ଲକଡାଉନ ଓ କର୍ଫ୍ୟୁ ଶେଷରେ କୋହଳ ହୋଇଛି।

ଏଥିସହ ଆଜି ଠାରୁ ଉହାନ ରାସ୍ତାରେ ବସ ସେବା ମଧ୍ୟ ଆରମ୍ଭ ହୋଇଛି। ତଥାପି ଲୋକଙ୍କ ମନରେ କରୋନା ଭାଇରସକୁ ନେଇ ଭୟ ଏବେ ଜାରି ରହିଛି। ତେଣୁ ଲୋକମାନେ ବସ୍‌ରେ ବସିଲେ ମଧ୍ୟ ମୁହଁରେ ମାସ୍କ ଓ ହାତରେ ଗ୍ଲୋବ୍ସ ପିନ୍ଧିଥିବା ଦେଖିବାକୁ ମିଳିଛି।

କରୋନା ପାଇଁ ଚାଇନା ସରକାର ୫୬ ମିଲିୟନ ଲୋକ ରହୁଥିବା ଉହାନ ଓ ହୁବେଇ ପ୍ରଦେଶକୁ ୩ ମାସ ପାଇଁ ଲକଡାଉନ କରିଥିଲେ। ଉହାନରେ ବସ ଚଳାଚଳ କରୁଥିଲେ ହେଁ ପୂର୍ଣ୍ଣକାଳୀନ ଲକଡାଉନ ଆସନ୍ତା ଏପ୍ରିଲ ୮ରେ ଶେଷ ହେବ। ଏଠାରେ ପ୍ରାୟ ୧୧ ମିଲିୟନ ଲୋକ ଲକଡାଉନ ହୋଇ ରହିଛନ୍ତି।

ହୁବେଇ କିମ୍ବା ଉହାନରେ ଆଜି କୌଣସି ନୂଆ ରୋଗୀ ଚିହ୍ନଟ ହୋଇନାହାନ୍ତି। ତଥାପି ଏଠାରେ କରୋନା ଯୋଗୁ ପୂର୍ବରୁ ଆକ୍ରାନ୍ତ ହୋଇଥିବା ୪ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଚାଇନାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୨୮୧ରେ ପହଞ୍ଚି ଯାଇଛି।

By amfnews

Related Post