Sun. Jan 12th, 2025

୮ ବର୍ଷ ପୂର୍ବରୁ ମୃତ ଘୋଷିତ ବାଳିକା ଜୀବିତ, ଅପହରଣକାରୀଙ୍କ ବିରୋଧରେ ଏତଲା

By amfnews Dec 10, 2018 #Featured
232 Views

ନୂଆଦିଲ୍ଲୀ, ଡିସେମ୍ବର ୧୦ : ଝାଡ଼ଖଣ୍ଡର ଗୁମଲାରୁ ସରିତା (ଛଦ୍ମନାମ) ନାଁରେ ଜଣେ ବାଳିକାକୁ ଚାଲାଣକରି ଦିଲ୍ଲୀ ଅଣାଯାଇଥିଲା । ସରିତାଙ୍କ ୮ ବର୍ଷ ପୂର୍ବରୁ ମୃତ୍ୟୁ ହୋଇ ସାରିଛି ବୋଲି ଚାଲାଣକାରୀମାନେ ଘୋଷଣା କରିଥିଲେ । ମାତ୍ର ଏକ ହ୍ୱାଟସଅପ ଫଟୋରୁ ଖୁଲାସା ହୋଇଛି ଯେ, ବାଳିକା ଜୀବିତ ଅଛି । ସରିତାକୁ ମାଗଣାରେ ଘରୋଇ କାମ କରିବାକୁ କୁହାଯାଉଛି ।

ସରିତାଙ୍କ ଭାଇ ମାନବ ଚାଲାଣକାରୀ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଥାନାରେ ଅଭିଯୋଗ ଆଣିଛନ୍ତି । ସେ ଦିଲ୍ଲୀ ନିବାସୀ ରକି ସିଂହ ନାମରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସରିତାଙ୍କୁ ଚାଲାଣ କରି ଦିଲ୍ଲୀର ସୁରଜ ମହାଲି ଅଣାଯାଇଥିଲା । ଏହା ପରେ ସରିତାଙ୍କ ମାତା-ପିତାଙ୍କୁ କୁହାଯାଇଥିଲା ଯେ, ଚାକିରୀ ମିଳିବାର କିଛି ଦିନ ପରେ ସରିତାଙ୍କ ମୃତ୍ୟୁ ହୋଇ ଯାଇଛି । କିଛି ଦିନ ତଳେ ଦିଲ୍ଲୀର ଏକ ପ୍ଲେସମେଣ୍ଟ ଏଜେନ୍ସିର ପ୍ଲେସମେଣ୍ଟ ସମୟରେ ଗୁମଲାର ଏକ ଝିଅ ସହିତ ସରିତା ଫଟୋ ଉଠାଇଥିଲା । ଏହି ଫଟୋକୁ ଝିଅ ଝାଡ଼ଖଣ୍ଡର ବସିଆ ନିବାସୀ ଜଣେ ଝିଅକୁ ପଠାଇଥିଲା ।

ବସିଆ ପୋଲିସ ଥାନା ଅନ୍ତର୍ଗତ କୁରୁମ ଗାଁର ନିବାସୀ ସରିତାର ପରିବାର ଲୋକେ ଫଟୋ ଦେଖି ନିଜ ଝିଅକୁ ଚିହ୍ନିଛନ୍ତି । ଏହା ପରେ ଭାଇ ଥାନାରେ ଅଭିଯୋଗ ଆଣିଛନ୍ତି । ହ୍ୟୁମାନ ଟ୍ରାଫିକିଙ୍ଗ ୟୁନିଟ ଶାଖା ପ୍ରଭାରୀ ଆରଏନ ଝା କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

By amfnews

Related Post