Sun. Nov 3rd, 2024

୭ ଦିନ ମଧ୍ୟରେ ସମୁଦ୍ର କୂଳ ଛାଡ଼ିବାକୁ ‘ଜିନ ହ୍ୱାର୍‌’ ମାଲିକଙ୍କୁ ନିର୍ଦ୍ଦେଶ

By amfnews Aug 29, 2019 #Featured
112 Views

ବାଲୁଗାଁ :  ୨ ଦିନ ମଧ୍ୟରେ ଜାହାଜରୁ ତେଲ ବାହାର କରିବା ସହ  ୭ ଦିନ ମଧ୍ୟରେ ପୁରୀ ସମୁଦ୍ର କୂଳ ଛାଡ଼। ୨୦ରୁ ଅଧିକ ଦିନ ଧରି ଚିଲିକା ରାଜହଂସରେ ଲାଗିଥିବା ଜିନ ହ୍ୱାର୍‌ ଜାହାଜ ମାଲିକଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଏପରି ନୋଟିସ ଜାରି କରାଯାଇଛି ।

ମାଲେସୀୟ ଜାହାଜ ଜିନ୍ ହ୍ୱାରରୁ ଗତକାଲିଠାରୁ ଆରମ୍ଭ ହୋଇଛି ତେଲ କଢ଼ା ପ୍ରକ୍ରିୟା । କମ୍ପାନୀ କର୍ତ୍ତୃପକ୍ଷ ଓ ମୁମ୍ବାଇରୁ ଏକ ବୈଷୟିକ୍‌ ଟିମ୍‌ ଆସି ପହଞ୍ଚିବା ପରେ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା। ୭ଶହ ମିଟର ଲମ୍ବର ପାଇପ୍ ସଂଯୋଗ କରାଯାଇ ଜାହାଜରୁ ତେଲ କଢ଼ାଯାଉଛି ।

ପ୍ରତି ଦଫାରେ ୨୫୦ ଲିଟର ତେଲ କାଢି ସିଡିଏ ଜେଟି ନିକଟରେ ରଖାଯାଉଛି ।  ତେଲ କଢ଼ା ସରିବା ପରେ ଲଞ୍ଚ କିମ୍ବା ଡଙ୍ଗାରେ ଚିଲିକା ଭିତର ଦେଇ ତେଲକୁ ସାତପଡ଼ା ଅଣାଯିବ ବୋଲି ସୂଚନା ମିଳିଛି । ସେପଟେ ଏହି ତେଲକଢ଼ା ପ୍ରକ୍ରିୟା ସହ ଜାହାଜକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି  ।

By amfnews

Related Post