Mon. Mar 9th, 2026

୭ ଦିନ ଭିତରେ ପି ଚିଦମ୍ବରମଙ୍କ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ

178 Views

ନୂଆଦିଲ୍ଲୀ  : ଆଇଏନ୍ଏକ୍ସ ମିଡିଆ ମାମଲାରେ ଗିରଫ ହୋଇସଂପ୍ରତି ତିହାର ଜେଲରେ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦମ୍ବରମଙ୍କ ସଂପର୍କରେ ୭ ଦିନ ଭିତରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ପି. ଚିଦମ୍ବରମଙ୍କ ଜାମିନ ଆଦେନର ଶୁଣାଣି କରି ସିବିଆଇକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ।

ସୂଚନାଯୋଗ୍ୟ ଆଇଏନ୍ଏକ୍ସ ମିଡିଆ ମାମଲାକୁ ନେଇ ସ୍ୱତନ୍ତ୍ର ସିବିଆଇ ଅଦାଲତ କଂଗ୍ରେସ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ୍କୁ ୧୪ଦିନ ପର୍ଯ୍ୟନ୍ତ ତିହାର ଜେଲକୁ ପଠାଇଥିଲେ । ଚିଦମ୍ବରମଙ୍କ ଓକିଲ କପିଲ ସିବ୍ଦଲ ଏହାକୁ ବିରୋଧ କରି କହିଥିଲେ ଯେ ସେ ଇଡି ରିମାଣ୍ଡରେ ଯିବାକୁ ରାଜିଥିବାରୁ ତାଙ୍କୁ ଜେଲକୁ ପଠାଇବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ବିଚାରପତି ଅଜୟ କୁମାର କୁହର ସିବ୍ଦଲଙ୍କ ଏହି ଯୁକ୍ତିକୁ ମାନିନଥିଲେ । ଅନୁରୋଧକୁ ଖାରଜ୍ କରି ରୋଜ୍ ଆଭେନ୍ୟୁ କୋର୍ଟ ଚିଦମ୍ବରମଙ୍କୁ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ତିହାର୍ ଜେଲ୍କୁ ପଠାଇ ଦେଇଥିଲେ ।

By amfnews

Related Post