Fri. Nov 8th, 2024

୭୦ ପ୍ରତିଶତ ପାକିସ୍ତାନୀ ଜାଣି ନାହାନ୍ତି ଇଂଟରନେଟ୍ କଣ- ସର୍ଭେ

By amfnews Nov 13, 2018 #Featured
87 Views

ଲାହୋର, ନଭେମ୍ବର ୧୩: ସାରା ବିଶ୍ୱରେ ଦିନକୁ ଦିନ ଇଂଟରନେଟର ବ୍ୟବହାର ବଢିବାରେ ଲାଗିଛି । କିନ୍ତୁ ଏପରି ଏକ ଦେଶ ଅଛି ଯେଉଁଠାରେ ଅଧିକାଂଶ ଲୋକ ଏନେଇ ଅଜ୍ଞ । ଆମେ କହୁଛୁ ପାକିସ୍ତାନ କଥା । ଏହି ଆତଙ୍କବାଦୀ ଦେଶରେ ୧୫ରୁ ୬୫ ବର୍ଷ ବୟସ ମଧ୍ୟରେ ୭୦ପ୍ରତିଶତ ବ୍ୟକ୍ତି ଇଂଟରନେଟ ବାବଦରେ କିଛି ଜାଣନ୍ତି ନାହିଁ । ଏପରି କି ଇଂଟରନେଟ କଣ ବୋଲି ସେମାନେ କହିପାରୁ ନାହାନ୍ତି । ଇନଫରମେଶନ କମ୍ୟୁନିକେଶନ ସର୍ଭେର ଏହି ଖୁଲାସା ହୋଇଛି ।

ପାକିସ୍ତାନୀ ଖବର କାଗଜ ଡନରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଥିଙ୍କ୍ ଟେକ୍ ଲିରନେସିଆ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ପାକିସ୍ତାନର ୨୦୦୦ ପରିବାରକୁ ସାମିଲ କରାଯାଇଥିଲା । ଯେଉଁଥିରେ ଜଣା ପଡିଥିଲା କି ୧୫ରୁ ୬୫ ବର୍ଷ ବୟସର ବ୍ୟକ୍ତିବିଶେଷଙ୍କ ମଧ୍ୟରେ ୩୦ ପ୍ରତିଶତ ଲୋକ ହିଁ ଇଂଟରନେଟ ବାବଦରେ ଜାଣିଛନ୍ତି ।

ଲିରନେସିଆ ଦାବି କରିଛି କି, ଏକ ନୂଆ କୌଶଳରେ ୨୦୧୭ ମସିହା ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଏକ ସର୍ଭେ କରାଯାଇଥିଲା । ଯେଉଁଥିରେ ବିଶ୍ୱର କେଉଁ ଦେଶର ଜନତା ଇଂଟରନେଟ ବ୍ୟବହାର ସମ୍ବନ୍ଧରେ କେତେ ଜାଣିଛନ୍ତି ସେ ନେଇ ତଥ୍ୟ ଦିଆ ଯାଇଥିଲା ।

ରିପୋର୍ଟରେ ଆହୁରି କୁହାଯାଇଛି କି, ସିମ୍ ରେଜିଷ୍ଟ୍ରେସେନ ବ୍ୟତୀତ ପାକ୍ ଟେଲିକମ୍ ସାଇଟରେ ୧୫୨ ମିଲିୟନ ୟୁଜରଙ୍କ ସମ୍ପୂର୍ଣ୍ଣ ତଥ୍ୟ ରହିଛି  । ଜନ ସଚେତନାର ଅଭାବ ଯୋଗୁଁ ପାକିସ୍ତାନର ଏହି ଅବସ୍ଥା ।  ପୁରୁଷଙ୍କ ତୁଳନାରେ ପାକ୍ ମହିଳା ୪୩ପ୍ରତିଶତ କମ୍ ଇଂଟରନେଟ ବ୍ୟବହାର କରିଥାନ୍ତି । ଭାରତରେ ଏହି ଅନ୍ତର ୫୭ ପ୍ରତିଶତ ଥିବା ବେଳେ ବାଂଲାଦେଶରେ ୬୨ ପ୍ରତିଶତ ରହିଛି ।

By amfnews

Related Post