161 Views
ମାଲକାନଗିରି : ମା’ ବିନା ଜୀବନ ଅର୍ଥହୀନ। ସବୁ ବିପଦଆପଦରେ ଛୁଆକୁ ସାହା ହୋଇଥାଏ ମା’। ମା’ ପଣତକାନିରେ ପଶିଥିଲେ ଛୁଆକୁ କିଛି ଡର ନ ଥାଏ। ହେଲେ ମାଲକାନଗିରି ଜିଲ୍ଲା ଚିତାପାରି-୩ ଗ୍ରାମରେ ଦେଖିବାକୁ ମିଳିଛି ବ୍ୟତିକ୍ରମ।
ଏଠାରେ ଏକ ୬ ଦିନର ଶିଶୁ ପୁତ୍ରକୁ ରଖିବାକୁ ମନା କରିଦେଲା ମା’। ଦାରିଦ୍ର୍ୟ ତାଡ଼ନାରେ ଜର୍ଜରିତ ମା’ ପାଖରେ ହାର୍ ମାନିଛି ବାତ୍ସଲ୍ୟ ମମତା। ପୂର୍ବରୁ ମହିଳାଙ୍କର ୨ଟି ଛୁଆ ଥିବା ବେଳେ ଏହି ଛୁଆର ଭରଣପୋଷଣ ଚିନ୍ତା ଘାରିଲା ତାଙ୍କୁ । ଶେଷରେ ମହିଳା ଜଣକ ନିଷ୍ପାପ ଶିଶୁଟିକୁ ସିଡବ୍ଲ୍ୟୁସିକୁ ଟେକିଦେଇଛନ୍ତି।
ଦାରିଦ୍ର୍ୟ ସହ ସଂଘର୍ଷ କରୁଥିବା ଏହି ମହିଳାଙ୍କର ସ୍ୱାମୀ ନ ଥିବା ବେଳେ ୮ ବର୍ଷର ପୁଅ ଓ ୫ ବର୍ଷର ଝିଅ ଅଛି। ସେମାନଙ୍କ ମୁହଁରେ ଦୁଇ ମୁଠା ଆହାର ଦେବାକୁ ବହୁ ସଂଘର୍ଷ କରିବାକୁ ପଡୁଥିବା କହିଛନ୍ତି ମହିଳାଜଣକ। ଏପରି ସ୍ଥିତିରେ ଗତ ୧୩ ତାରିଖରେ ମହିଳା ଜଣକ ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଶିଶୁ ପୁତ୍ର ପ୍ରସବ କଲେ।