Tue. Nov 5th, 2024

୬୦ ବର୍ଷ ପରେ ଗୁରୁଙ୍କୁ ସାକ୍ଷାତ କରି ଭାବୁକ ହୋଇଯାଇଥିଲେ ରାମବିଳାସ ପାସୱାନ

By amfnews Oct 9, 2020 #Featured
164 Views

ନୂଆଦିଲ୍ଲୀ, ଅକ୍ଟୋବର ୦୯  : ବିହାରର ଲୋକପ୍ରିୟ ନେତା ଓ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ ଦିଲ୍ଲୀରେ ଗୁରୁବାର ଅନ୍ତିମ ଶ୍ୱାସକ୍ରିୟା ନେଇଛନ୍ତି । ସେ ମୃତ୍ୟୁ ବେଳକୁ ୭୪ ବର୍ଷ ବୟସର ଥିଲେ । ବିଗତ କିଛି ସପ୍ତାହ ହେବ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରାମବିଳାସ ପାସୱାନ ନିଜ ଜୀବନରେ ସମସ୍ତ ସଫଳତାର ସ୍ୱାଦ ଚାଖିଛନ୍ତି । କିନ୍ତୁ ସେ ନିଜକୁ ଭୁଲି ନଥିଲେ । ୬୦ ବର୍ଷ ପରେ ନିଜର ଶିକ୍ଷକଙ୍କୁ ଭେଟି ଭାବୁକ ହୋଇଯାଇଥିଲେ । ସେ ଏହି ସମୟରେ କହିଥିଲେ, ମୋର ଦୁଃଖ ଯେ, ନିଜର ଗୁରୁଙ୍କ ପୁଅଙ୍କୁ ଚାକିରି ଦେଇ ପାରିଲି ନାହିଁ ।

ରାମବିଳାସ ପାସୱାନ ବିହାରର ଖଗଡ଼ିଆ ଜିଲ୍ଲାର ଶହରବନ୍ନୀ ଗାଁରେ ଜନ୍ମ ହୋଇଥିଲେ । ସେ କୋଶୀ କଲେଜ, ପିଲଖି ଓ ପାଟଣା ବିଶ୍ୱବିଦ୍ୟାଳୟରୁ ଆଇନ ବିଷୟରେ ସ୍ନାତକ ଓ ସ୍ନାତୋକତ୍ତର ଡ୍ରିଗ୍ରୀ ହାସଲ କରିଥିଲେ । ରାମବିଲାସ ପାସୱାନ ପଢ଼ାପଢ଼ିରେ ମନ କରୁଥିଲେ । କାରଣ ସେ ମେଧାବୀ ଛାତ୍ର ଥିଲେ । ପଢ଼ିବା ପାଇଁ ୨ଟି ନଦୀ ଅତକ୍ରମ କରି ସ୍କୁଲ ପହଂଚୁଥିଲେ । ଏଥି ପାଇଁ ତାଙ୍କୁ ବହୁ ଦୂର ପାଦରେ ଚାଲିବାକୁ ପଡୁଥିଲା ।

ରାମବିଳାସ ପାସୱାନ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିଲେ । ଏପରିକି ଘରେ ରଖାଯାଇଥିବା ଖାଦ୍ୟ ବିକ୍ରିକରି ଫିଲ୍ମ ଦେଖୁଥିଲେ । ଏହି ସମୟରେ ସେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । ୟୁପିଏସସି ପରୀକ୍ଷାରେ ପାସ ହୋଇଥିଲେ । ସେ ଡିଏସପି ପର୍ଯ୍ୟନ୍ତ ଚାକିରି କରିଥିଲେ କିନ୍ତୁ ସେ ଶେଷରେ ରାଜନୀତିରେ ପାଦ ଥାପିଥିଲେ ।

ବର୍ଷ ୧୯୮୩ ମସିହାରେ ରାମବିଳାସ ପାସୱାନ ଏୟାରହୋଷ୍ଟେସ ରୀନା ଶର୍ମାଙ୍କୁ ବିବାହ କରିଥିଲେ । ରୀନା ପଂଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ରାମବିଳାସ ପାସୱାନଙ୍କ ପୁଅ ଚିରାଗ ପାସୱାନ ନେତା ହେବା ପୂର୍ବରୁ ଜଣେ ଅଭିନେତା ଥିଲେ । କିନ୍ତୁ ୧୯୮୧ ଲୋକସଭା ନିର୍ବାଚନ ସମୟରେ ସେ କହିଥିଲେ ଯେ, ରାଜକୁମାରୀ ଦେବୀଙ୍କୁ ସେ ୧୯୬୦ରେ ପ୍ରଥମ ବିବାହ କରିଥିଲେ । ଉଭୟଙ୍କର ୨ଜଣ ସନ୍ତାନ ଅଛନ୍ତି । କିନ୍ତୁ ରାଜକୁମାରୀଙ୍କୁ ଛାଡ଼ପତ୍ର ଦେଇଥିଲେ ।

By amfnews

Related Post