Sat. Mar 7th, 2026

୬ଟି ରାଜ୍ୟର ୧୧୬ ଜିଲ୍ଲା ପାଇଁ ୫୦ ହଜାର କୋଟି ଟଙ୍କାର ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

242 Views

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ସମୟରେ ଘରକୁ ବାହୁଡ଼ିଥିବା ପ୍ରବାସୀ ଶ୍ରମଜୀବୀଙ୍କ ପାଇଁ କର୍ମସଂସ୍ଥାନ ସୃଷ୍ଟି ପାଇଁ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶାଳ ଜନ କର୍ମ ଯୋଜନା ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ଆରମ୍ଭ କରିଛନ୍ତି।

ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋଦୀଙ୍କ ଉପସ୍ଥିତିରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ବିହାରର ଖଗାରିଆ ଜିଲ୍ଲା ଅନ୍ତର୍ଗତ ତେଲିହର ଗାଁରେ ଏହି ୫୦ ହଜାର କୋଟି ଟଙ୍କାର ଯୋଜାନାର ଶୁଭାରମ୍ଭ କରିଛନ୍ତି। ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ ଏବଂ ଓଡ଼ିଶା ଅନ୍ତର୍ଗତ ୧୧୬ଟି ଜିଲ୍ଲା ପାଇଁ ଏହି ଅଭିଯାନ ପ୍ରଯୁଜ୍ୟ। ୧୧୬ଟି ଜିଲ୍ଲାରେ ୧୨୫ ଦିନିଆ ଅଭିଯାନରେ ପ୍ରବାସୀ ଶ୍ରମିକଙ୍କୁ ସହାୟତା କରାଯିବ। ଲକ୍‌ଡାଉନ୍‌ ସମୟରେ ଏହି ସବୁ ଜିଲ୍ଲାକୁ ୨୫, ୦୦୦ରୁ ଅଧିକ ପ୍ରବାସୀ ଶ୍ରମିଜୀବୀ ଫେରିଛନ୍ତି।

୫୦ ହଜାର ‌କୋଟି ଟଙ୍କାରେ ୨୫ ପ୍ରକାର ଭିନ୍ନ ଭିନ୍ନ କାମ ଶ୍ରମିକମାନଙ୍କୁ ଯୋଗାଇ ଦିଆଯିବା ସହ ଦେଶର ଗ୍ରାମାଞ୍ଚଳର ଭିତ୍ତିଭୂମି ସୃଷ୍ଟି କରାଯିବ। ଏହି ଯୋଜନା ଗ୍ରାମାଞ୍ଚଳ ବିକାଶ, ପଞ୍ଚାୟତି ରାଜ, ସଡ଼କ ପରିବହନ ଏବଂ ରାଜପଥ, ଖଣି, ପାନୀୟ ଜଳ ଏବଂ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ, ନୂତନ ଓ ଅକ୍ଷୟ ଶକ୍ତି, ସୀମାନ୍ତ ସଡ଼କ, ଟେଲିକମ୍ ଏବଂ କୃଷି ଆଦି ୧୨ଟି ମନ୍ତ୍ରାଳୟ ଓ ବିଭାଗର ସମନ୍ବୟରେ ଚାଲିବ।

By amfnews

Related Post