Sun. Mar 8th, 2026

୫ ଜଣ ଦଶମ ଶ୍ରେଣୀ ଛାତ୍ର ନିଖୋଜ

216 Views

ପାରଳାଖେମୁଣ୍ଡି  : ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଜଙ୍ଗଲ ପାଡୁ ଗାଁର ୫ ଜଣ ବାଳକ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି। ସେମାନେ ହେଲେ କାହ୍ନା ନାୟକ, ବିକ୍ରମ ଜେନା, ଶୁଭମ୍ ଜେନା, ଚିନ୍ମୟ ଜେନା ଓ ଡମ୍ବୁରୁ ନାୟକ। ସମସ୍ତେ ଦଶମ ଶ୍ରେଣୀର ଛାତ୍ର। ହେଲେ ସମସ୍ତେ ଭିନ୍ନ ଭିନ୍ନ ସ୍କୁଲ୍‌ରେ ପଢୁଥିଲେ।

ଗତକାଲି ସକାଳ ୯ଟାରେ ସ୍କୁଲ୍ ଯିବାକୁ କହି ଏହି ପିଲାମାନେ ନିଜ ନିଜ ଘରୁ ବାହାରି ଥିଲେ। ହେଲେ ଆଉ ଘରକୁ ନଫେରିବାରୁ ସେମାନଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପିଲାମାନଙ୍କୁ ନ ପାଇବାରୁ ସେମାନଙ୍କ ବାପାମା’ ଗୁରାଣ୍ଡି ଥାନାରେ ଅଭିଯୋଗ କରିଛନ୍ତି। ଏହି ପିଲାମାନେ ଆନ୍ଧ୍ରପ୍ରଦେଶ ପଳାଇ ଯାଇଥିବା ସେମାନଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି।

ଗୁରାଣ୍ଡି ଥାନା ପୁଲିସ୍ ନିଖୋଜ ମାମଲା ରୁଜୁ କରି ଏହି ପିଲାମାନଙ୍କୁ ଖୋଜିବା ପାଇଁ ଏକ ଟିମ୍‌ ଗଠନ କରିଛି।

By amfnews

Related Post