Sun. Mar 8th, 2026

୫୭ଟି ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ, ଦୁଇ ଶିକାରୀ ଗିରଫ

392 Views

ଖୋର୍ଦ୍ଧା (ବଳରାମ ଲେଙ୍କା): ବନ ବିଭାଗର କଟକଣା ସତ୍ତ୍ୱେ ଚିଲିକାରେ ଜାରି ରହିଛି ଅବାଧ ପକ୍ଷୀ ଶିକାର। ଯାହାର ପ୍ରମାଣ ଗତକାଲି ଦେଖିବାକୁ ମିଳିଛି। ଚିଲିକାରୁ ପକ୍ଷୀ ଶିକାର ହେଉଥିବା ଅଭିଯୋଗ ପାଇ ବନ ବିଭାଗ ପକ୍ଷରୁ ଗତକାଲି ଚିଲିକା ଓ ଏହାର ଆଖପାଖ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଭିତର ଚିଲିକାର ୧ ନମ୍ବର କୁଦ ନିକଟରୁ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ତିନି ଜଣ ଶିକାରୀ ଚକମା ଦେଇ ଖସି ଯାଇଥିଲେ।

ଗିରଫ ଦୁଇ ଜଣ ଶିକାରୀଙ୍କ ନିକଟରୁ ୫୭ଟି ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ କରାଯାଇଥିଲା। ସେହିପରି ୩ଟି ଜୀବନ୍ତ ପକ୍ଷୀଙ୍କୁ ଉଦ୍ଧାର କରଯାଇଥିଲା। ଏହାସହ ସେମାନଙ୍କୁ ନିକଟରୁ ୫୦୦ ଗୁଳି, ଗୋଟିଏ ବନ୍ଧୁକ, ଛୁରୀ ଓ ଗୋଟିଏ ଡଙ୍ଗା ଜବତ କରିଛି  ବନ ବିଭାଗ।

By amfnews

Related Post