Tue. Mar 10th, 2026

୫୧ ଦିନ ପରେ ନିହତ ବାଘୁଣୀ ଅବନୀର ୨ଛୁଆଙ୍କ ମଧ୍ୟରୁ ଉଦ୍ଧାର ହେଲା ଗୋଟିଏ

253 Views

ମୁମ୍ବାଇ, ଡିସେମ୍ବର ୨୩ : ୫୧ ଦିନ ତଳେ ହତ୍ୟା କରାଯାଇଥିବା ବାଘୁଣୀ ଅବନୀର ୨ଟି ଛୁଆଙ୍କ ମଧ୍ୟରୁ ଗୋଟିକୁ ଶନିବାର ଦିନ ମହାରାଷ୍ଟ୍ରର ଜଙ୍ଗଲରୁ ବନ ବିଭାଗ କର୍ମଚାରୀମାନେ ଧରିଛନ୍ତି।

ବ୍ୟାଘ୍ର ଶାବକଟିକୁ ଟ୍ରାଙ୍କ୍ୟୁଲାଇଜ୍‌ କରିବା ପରେ ଧରାଯାଇଛି। ଥଇଥାନ ନିମନ୍ତେ ତାକୁ ମଧ୍ୟପ୍ରଦେଶର ପେଞ୍ଚ୍‌ ଅରଣ୍ୟକୁ ପଠାଯିବ।

ଶନିବାର ଅପରାହ୍ଣରେ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ବନ ବିଭାଗ ଅଧିକାରୀଙ୍କର ଏକ ମିଳିତ ଦଳ ମାଈ ଶାବକଟିକୁ ମହାରାଷ୍ଟ୍ରର ଯବତମାଲ ଜିଲ୍ଲା ଅନ୍ତର୍ଗତ ଅଞ୍ଜି ଜଙ୍ଗଲରୁ ଧରିଥିଲେ।

ନଭେମ୍ବର ୨ ତାରିଖ ଦିନ ବାଘୁଣୀ ଅବନୀକୁ ହତ୍ୟା କରାଯିବା ପରେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ଛଅ ଜଣ ପଶୁ ଚିକିତ୍ସକଙ୍କ ସମେତ ଏକ ୧୦୦ ଜଣିଆ ଦଳ ତା’ର ଶାବକମାନଙ୍କୁ ଖୋଜୁଥିଲେ।

ମୃତ ୬ ବର୍ଷୀୟ ବାଘୁଣୀ ଅବନୀର ଥିଲେ ୨ଟି ୧୦ ମାସିଆ ଶାବକ। ସେମାନେ ଥିଲେ ଅବନୀ ଉପରେ ନିର୍ଭରଶୀଳ।

By amfnews

Related Post