Sat. Mar 7th, 2026

୫୦ ବର୍ଷୀୟା ନର୍ସଙ୍କୁ ଛୁରି ଭୁସି ହତ୍ୟା କଲେ ରୋଗୀ , କାରଣ ଜଣାପଡ଼ିନି , ଅଭିଯୁକ୍ତ ଗିରଫ

212 Views

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜଣେ ୫୦ ବର୍ଷୀୟା ନର୍ସଙ୍କୁ ଜଣେ ରୋଗୀ ଛୁରି ଭୁସି ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣାରେ ପ୍ରାଣ ହରାଇଥିବା ନର୍ସଙ୍କ ନାମ ଲତା ବର୍ମା । ମିଳିଥିବା ସୂଚନା ଅନୁଯାୟୀ ଇନ୍ଦୋରର ଟୁକୋଗଂଜଠାରେ ଏକ ଘରୋଇ କ୍ଲିନିକରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି ।

ଆରକ୍ଷୀ ଅଧୀକ୍ଷକ ୟୁସୁଫ କ୍ୟୁରେସୀଙ୍କ କହିବା ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରାଯାଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଛୁରିକୁ ପୁଲିସ ଜବତ ବି କରିଛି। ତେବେ ଅଭିଯୁକ୍ତ କାହିଁକି ଏଭଳି କାଣ୍ଡ ଭିଆଇଲା ତାହାର କାରଣ ସ୍ପଷ୍ଟଭାବେ ଜଣାପଡ଼ି ନାହିଁ ବୋଲି ୟୁସୁଫ କ୍ୟୁରେସୀ କହିଛନ୍ତି। ଏସଂପର୍କରେ ପୁଲିସ ତଦନ୍ତ ଜାରି ରଖିଛି। ତା’ଛଡ଼ା ଅଭିଯୁକ୍ତ , ଲତାଙ୍କ ପରିବାର ଓ ଘରୋଇ କ୍ଲିନିକର କର୍ମଚାରୀଙ୍କୁ ପୁଲିସ ପଚରାଉଚୁରା କରୁଛି।

ନର୍ସଙ୍କ ଭାଇ ରାଜୁଙ୍କ କହିବା ଅନୁସାରେ ମା’କୁ ରକ୍ଷା କରିବା ପାଇଁ ଲତାଙ୍କ ପୁଅ ଅଭିଷେକ ବର୍ମା ମଧ୍ୟ ଚେଷ୍ଟା କରିଥିଲେ ମାତ୍ର ତାଙ୍କ ଉପରକୁ ଅଭିଯୁକ୍ତ ବି ଆକ୍ରମଣ କରିଥିଲା। ଏହାଫଳରେ ଅଭିଷେକ ବର୍ମା ଆହତ ହୋଇଛନ୍ତି । ଆହତ ଅଭିଷେକଙ୍କୁ ଚିକିତ୍ସାଲାଗି ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

By amfnews

Related Post