429 Views
ଜବଲପୁର : ସତନାର ଜିଲ୍ଲା ଅଦାଲତ ଏବେ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଶୁଣାଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣଙ୍କ ପେସାରେ ଜଣେ ଶିକ୍ଷକ ହୋଇଥିବା ବେଳେ ସେ ନିଜର ଜଣେ ୪ ବର୍ଷୀୟ ଛାତ୍ରୀଙ୍କ ସହ ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲେ । ଜଙ୍ଗଲକୁ ନେଇ ଏଭଳି ଅପରାଧ କରିଥିବା ବେଳେ ପୀଡ଼ିତା ମରି ଯାଇଥିବା ଭାବି ସେଠାରେ ତାଙ୍କୁ ଛାଡ଼ି ଚାଲି ଆସିଥିଲେ । କିନ୍ତୁ ପରେ ପୀଡ଼ିତାଙ୍କୁ ଡ଼ାକ୍ତରଖାନା ଅଣା ଯାଇ ତାଙ୍କର ଚିକିତ୍ସା କରାଯାଇଥିଲା । ଘଟଣାଟି ଗତ ବର୍ଷ ଘଟିଥିବା ବେଳେ ଅଭିଯୁକ୍ତକୁ ଜବଲପୁର ଜେଲ୍ରେ ମାର୍ଚ୍ଚ ୨ରେ ଫାଶୀ ଦଣ୍ଡ ଦିଆଯିବ ବୋଲି ଜଣା ପଡ଼ିଛି । ଯଦି ସୁପ୍ରିମ୍ କୋର୍ଟ ଏହି ଆଦେଶ ଉପରେ ରହିତାଦେଶ ଜାରି ନ କରନ୍ତି,ତେବେ ଅଭିଯୁକ୍ତଙ୍କୁ ମାର୍ଚ୍ଚ ୨ରେ ଫାଶୀ ଦେଇ ଦିଆଯିବ ।
