Wed. Mar 11th, 2026

୪ ଘଣ୍ଟା ପରେ ଦିଲ୍ଲୀରେ ପହଞ୍ଚିଲା ଓ୍ଵାଘା ଠାରେ ପାକିସ୍ତାନ ଦ୍ୱାରା ଅଟକିଥିବା ସମ୍‌ଝୌତା ଏକସ୍‌ପ୍ରେସ୍‌

790 Views

ନୂଆଦିଲ୍ଲୀ  : ଗୁରୁବାର ଦିନ ଓ୍ଵାଘା ସୀମାନ୍ତ ଠାରେ ପାକିସ୍ତାନ ସରକାରୀ କର୍ତ୍ତୃପକ୍ଷମାନଙ୍କ ଦ୍ୱାରା ଅଟକ ରହିଥିବା ସମ୍‌ଝୌତା ଏକ୍ସପ୍ରେସ୍‌ ଶୁକ୍ରବାର ସକାଳ ୮ଟା ବେଳେ, ନିର୍ଦ୍ଧାରିତ ସମୟର ସାଢ଼େ ଚାରିଘଣ୍ଟା ପରେ ଦିଲ୍ଲୀ ଷ୍ଟେସନ୍‌ରେ ପହଞ୍ଚିଥିବା କଥା ରେଳବାଇ କହିଛି।

ଭାରତ ଓ ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ଏହି ରେଳ ୪୮ ଜଣ ପାକିସ୍ତାନୀ ନାଗରିକଙ୍କ ସମେତ ୧୧୭ଜଣ ଯାତ୍ରୀ ନେଇ ପହଞ୍ଚିଛି। ପାକିସ୍ତାନ ପଟ ଓ୍ଵାଘା ଠାରେ ଗୁରୁବାର ଦିନ ଏହି ଯାତ୍ରୀମାନେ ଅଟକି ରହିଥିଲେ। ନିରାପତ୍ତା କାରଣ ଦର୍ଶାଇ ପଡ଼ୋଶୀ ଦେଶର କର୍ତ୍ତୃପକ୍ଷମାନେ ରେଳ ଅଟକାଇଥିବା କଥା କହିଥିଲେ।

ଟେନ୍‌ଟିକୁ ନିରାପଦରେ ଭାରତ ପଟ ଓ୍ଵାଘାରୁ ଅଟାରି ଯାଏଁ ଆଣିବାକୁ ଭାରତୀୟ ରେଳବାଇ ଗାର୍ଡ ଏବଂ କ୍ରୁ’ ସମେତ ଗୋଟିଏ ଇଞ୍ଜିନ୍‌ ପଠାଇଥିଲା। ଅଟାରି ଠାରୁ ଗୁରୁବାର ରାତି ପ୍ରାୟ ୮ଟା ବେଳେ ଟ୍ରେନ୍‌ ଅଟାରି ଛାଡ଼ିଥିଲା। ରେଳ ଚଳାଚଳ ବାତିଲ ହୋଇ ନ ଥିବା କଥା ରେଳବାଇ ଅଧିକାରୀମାନେ କହିଛନ୍ତି।

By amfnews

Related Post