Sat. Mar 7th, 2026
259 Views

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଶୋପିଆନ ଜିଲ୍ଲାରେ ଆଜି ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କିଗମ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ଘଟଣାସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି।

କୌଣସି ସୂତ୍ରରୁ ସୂଚନା ପାଇ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହା ପରେ ଆତଙ୍କବାଦୀମାନେ ଲୁଚିଥିବା ସ୍ଥାନକୁ ସୁରକ୍ଷାକର୍ମୀମାନେ ଘେରି ଯାଇଥିଲେ ଓ ପାଲଟା ଜବାବ ଦେଇଥିଲେ।
ଗୁଳିବିନିମୟ ବେଳେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ତେବେ ଏନ୍‌କାଉଣ୍ଟର ପରେ ଘଟଣାସ୍ଥଳରୁ ଆଉ ଦୁଇ ଜଣଙ୍କ ମୃତଦେହ ଠାବ କରାଯାଇଥିଲା। ମୃତ ଆତଙ୍କବାଦୀଙ୍କ ପରିଚୟ ଅବା ସେମାନେ କେଉଁ ସଂଗଠନ ପାଇଁ କାମ କରୁଥିଲେ, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।

ଶନିବାର ଦିନ ରାଜ୍ୟର ବାରାମୂଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ଅନ୍ୟପକ୍ଷରେ ଜୁନ୍ ୧୭ ତାରିଖରେ ଅନନ୍ତନାଗ ଜିଲ୍ଲାରେ ଏକ ଏନ୍‌କାଉଣ୍ଟର ବେଳେ ଜଣେ ମେଜର ସହିଦ ହୋଇଯାଇଥିଲେ। ଏଥିରେ ଜଣେ ଆତଙ୍କବାଦୀ ବି ନିହତ ହୋଇଥିଲା

By amfnews

Related Post