Wed. Dec 25th, 2024

୪୮ ଘଣ୍ଟା ମଧ୍ୟରେ ୧୦୦ କିଲୋ ସୁନା ଜବତ, ୭ ଅଭିଯୁକ୍ତ ଗିରଫ, ଜାଣନ୍ତୁ ପୂରା ମାମଲା

By amfnews Oct 28, 2018 #Featured
156 Views

ନୂଆଦିଲ୍ଲୀ, ଅକ୍ଟୋବର ୨୮ : ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ବିଗତ ୪୮ ଘଣ୍ଟା ମଧ୍ୟରେ ୧୦୦ କିଲୋ ସୁନା ଜବତ କରିଛି । ଜବତ ହୋଇଥିବା ସୁନାର ମୂଲ୍ୟ ୩୨ କୋଟି ଟଙ୍କା ହେବ । ଘଟଣା ସହିତ ଜଡ଼ିତ ୭ ଅଭିଯୁକ୍ତଙ୍କୁ ଡିଆରଆଇ ଗିରଫ କରିଛି । ଡିଆରଆଇ ବହୁ ଦିନରୁ ସୁନା ଚାଲାଣକାରୀଙ୍କ ଉପରେ ନଜର ରଖିଥିଲା । ଡିଆରଆଇ ଅଧିକାରୀଙ୍କ ଠାରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ସୁନା ଚାଲାଣକାରୀମାନେ ସୁନା ଚାଲାଣ କରି ଭାରତ ନେଇ ଆସୁଥିଲେ । ଡିଆରଆଇ ପୂର୍ବରୁ ପଶ୍ଚିମବଙ୍ଗର ସିଲିଗୁଡ଼ି ଠାରୁ ୨ ଜଣ ଅଭିଯୁକ୍ତଙ୍କୁ ଧରିଥିଲା । ତଦନ୍ତ ବେଳେ ତାଙ୍କ ଠାରୁ ୫୫ଟି ବିସ୍କୁଟ ସୁନା ମିଳିଥିଲା, ଯାହାର ଓଜନ ୫୫ କିଲୋ ଥିଲା । 

ଡିଆରଆଇ ସୂଚନା ଅନୁସାରେ, ସୁନାକୁ କାର ଭିତରେ ଚାଳକ ସିଟ ତଳେ ସ୍ୱତନ୍ତ୍ର ଭାବରେ ଲୁଚାଇ ରଖାଯାଇଥିଲା । ସୁନା ମିଜୋରାମ ସୀମା ଜରିଆରେ ମିଆଁମାର ଠାରୁ ଚାଲାଣ କରି ଭାରତ ଅଣାଯାଇଥିଲା । ଏହା ପରେ ଅନ୍ୟ କାର୍ଯ୍ୟାନୁଷ୍ଠାନ କରିବାକୁ ଯାଇ ଡିଆରଆଇ ନୂଆଦିଲ୍ଲୀ ରେଳ ଷ୍ଟେସନ ଠାରୁ ୩୪ କିଲୋ ସୁନା ଜବତ କରିଥିଲା । ଏହି ଘଟଣାରେ ଜଣେ ଭୁଟାନ ନାଗରିକ ସମେତ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଜବତ ହୋଇଥିବା ସୁନା  ମିଆଁମାର ଠାରୁ ସଡ଼କ ପଥରେ ଚାଲାଣ ହୋଇଥିଲା । ଏହାକୁ ଚୀନ ଏବଂ ସୁଇସ ମାର୍କିଂ କରିଥିଲା ।

ଡିଆରଆଇ ଚେନ୍ନାଇ, ବେଙ୍ଗାଲୁରୁ, ମଦୁରାଇ ଏବଂ ଇନ୍ଦୋର ବିମାନବନ୍ଦରରେ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଏହି ୪ଟି ସ୍ଥାନରୁ ୧୩ କିଲୋ ସୁନା ଧରାପଡ଼ିଛି । ଭାରତକୁ କଲମ୍ବୋ ଓ ସିଙ୍ଗାପୁରରୁ ସୁନା ଚାଲାଣ କରାଯାଇଥିଲା । ସୁନାକୁ ବିମାନର ସିଟରେ ଥିବା ଲାଇଫ ଜ୍ୟାକେଟ ଏବଂ ସିଟ ତଳେ ଖାଲି ସ୍ଥାନରେ ରଖାଯାଇଥିଲା । ଡିଆରଆଇ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ।

By amfnews

Related Post