Sat. Mar 7th, 2026

୪୭ ହଜାର ଡେଇଁଲା ଆମେରିକା ମୃତ୍ୟୁସଂଖ୍ୟା, ୨୪ ଘଣ୍ଟାରେ ୧୭୩୮ ମୃତ

192 Views

ୱାଶିଂଟନ: ମହାମାରୀ କରୋନା ଭାଇରସ ଯୋଗୁ ଆମେରିକା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ଏଠାରେ ଶହଶହ ଲୋକ ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି। ଗତ ୨୪ ଘଣ୍ଟାରେ କରୋନା ଆମେରିକାରେ ପୁଣି ୧୭୩୮ ଜଣ ଲୋକଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୭ ହଜାର ପାର କରିଛି। ସେହିପରି ଗୋଟିଏ ଦିନରେ ୨୦ ହଜାରରୁ ଅଧିକ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି।

୨୪ ଘଣ୍ଟାରେ ଦେଶରେ ୧୭ଶହରୁ ଅଧିକ ଲୋକ ପ୍ରାଣ ହରାଇବା ପରେ ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୭,୬୭୬ରେ ପହଞ୍ଚି ଯାଇଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୮,୪୮,୯୯୪ ରହିଛି। ଏମାନଙ୍କ ମଧ୍ୟରୁ ୮୪,୦୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ନ୍ୟୁୱର୍କ କରୋନା ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏହି ସହରରେ ୨,୬୨,୨୬୮ ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୨୦,୩୫୪ ଜଣଙ୍କ ମୃତ୍ୟୁ ଘଟିଛି। ନ୍ୟୁଜର୍ସିରେ ୫,୦୬୩, କାଲିଫର୍ଣ୍ଣିଆରେ ୧୪୩୨, ମିଚଗାନରେ ୨,୮୧୩, ଫ୍ଲୋରିଡାରେ ୯୨୭, ଲୁଇସିଆନାରେ ୧୪୭୩ ଓ ୱାଶିଂଟନରେ ୬୯୨ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି।

ଅନ୍ୟପକ୍ଷରେ ସମଗ୍ର ବିଶ୍ୱକଥା ଦେଖିଲେ ବର୍ତ୍ତମାନ ସୁଦ୍ଧା କରୋନାରେ ୨୬,୩୭,୬୭୩ ଜଣ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧,୮୪,୨୧୭ ଜଣ ପ୍ରାଣ ହରାଇଥିବା ବେଳେ ୭,୧୭,୬୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆମେରିକା ପରେ ଇଟାଲୀ, ସ୍ପେନ, ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନ କରୋନା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।

By amfnews

Related Post