Wed. Nov 20th, 2024

୩ ସନ୍ତାନ ହେବାରୁ ଚାକିରି ଗଲା, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଙ୍ଗନବାଡ଼ି କର୍ମଚାରୀ

By amfnews Sep 30, 2018 #Featured
130 Views

ମୁମ୍ବାଇ, ସେପ୍ଟେମ୍ବର ୩୦ :  ମହାରାଷ୍ଟ୍ରରେ ଜଣେ ଅଙ୍ଗନବାଡ଼ି କର୍ମଚାରୀ ୨ରୁ ଅଧିକ ସନ୍ତାନ ହେବା ଓ ‘ଛୋଟ ପରିବାର’ର ନିୟମ ପାଳନ ନକରିବା ପରେ ଚାକିରିରୁ ବାହାର କରିବା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଙ୍ଗନବାଡି କର୍ମଚାରୀଙ୍କ ୩ଟି ସନ୍ତାନ ହେବାରୁ ତାଙ୍କୁ ରାଜ୍ୟ ସରକାର ନୋଟିସ ଦେବା ସହିତ ଚାକିରିରୁ ବାହାର କରିବାକୁ ଯାଉଛନ୍ତି ।

ଆବେଦନକାରିଣୀ ତନଭୀ ସୋଦାୟେ ୨୦୦୨ରେ ଆଇସିଡିସଏ ଯୋଜନା ପାଇଁ କାର୍ଯ୍ୟାରମ୍ଭ କରିଥିଲେ । ତାଙ୍କୁ ୨୦୧୨ରେ ଅଙ୍ଗନବାଡି କର୍ମଚାରୀ ଭାବରେ ପଦୋନ୍ନତୀ ମିଳିଥିଲା । ଚଳିତ ମାର୍ଚ୍ଚରେ ରାଜ୍ୟ ସରକାରଙ୍କୁ ଲିଖିତ ସୂଚନା ମିଳିଥିଲା ଯେ, ତନଭୀଙ୍କ ୩ଟି ସନ୍ତାନ ଅଛନ୍ତି ଓ ସେଥିପାଇଁ ତାଙ୍କୁ ଚାକିରିରୁ ବାହାର କରାଯାଉଛି । ଚିଠିରେ ଉଲ୍ଲେଖ ଅଛି ଯେ, ୨୦୧୪ ସରକାରୀ ପ୍ରସ୍ତାବ ଅନୁସାରେ ଆଇସିଡିଏସ ଯୋଜନା ସମେତ ବିଭିନ୍ନ ବିଭାଗରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ୨ରୁ ଅଧିକ ସନ୍ତାନ ନ ହେବା ଦରକାର ।

ଆବେଦନକାରିଣୀ ଅଭିଯୋଗ କରିଛନ୍ତି ଯେ, ୨ରୁ ଅଧିକ ସନ୍ତାନ ହେବା ଆଧାରରେ ତାଙ୍କୁ ଚାକିରିରୁ ବାହାର କରିବା ବେଆଇନ । କାରଣ ୨୦୧୪ ଅଗଷ୍ଟ ଯେତେବେଳେ ଏହି ପ୍ରସ୍ତାବ ଲାଗୁ ହୋଇଥିଲା, ସେତେବେଳେ ସେ ୩ୟ ସନ୍ତାନ ପାଇଁ ୮ ମାସର ଗର୍ଭବତୀ ଥିଲେ । ଅନ୍ୟପକ୍ଷରେ ସରକାର ଅଦାଲତଙ୍କୁ କହିଥିଲେ ଯେ, ଏହି ଆଦେଶ ମହିଳା ଏବଂ ଶିଶୁ ବିକାଶ ବିଭାଗ ନେଇ ଆସିଛି । ଏଥିରେ ଅଙ୍ଗନବାଡି କର୍ମଚାରୀଙ୍କ ନିଯୁକ୍ତି ଅନ୍ୟ ନିୟମ ଗୁଡ଼ିକ ରହିଛି । ଏହି ମାମଲାରେ ଅଦାଲତ ରାଜ୍ୟ ସରକାରଙ୍କୁ ନର୍ଦ୍ଦେଶ ଦେଇଛନ୍ତି ଯେ, ଅକ୍ଟୋବର ୩ରେ ଆଗାମୀ ଶୁଣାଣୀ ହେବ । ଏହାରି ଭିତରେ ଆବେଦନକାରିଣୀ ସମସ୍ତ ପ୍ରକାରର ପ୍ରମାଣ ପତ୍ର ନେଇ କୋର୍ଟରେ ପହଞ୍ଚନ୍ତୁ ।

By amfnews

Related Post