Mon. Jun 9th, 2025

୩ ବର୍ଷରେ ଚାଇଲ୍ଡ ହେଲ୍ପ ଲାଇନ୍‌କୁ ଆସିଛି ୧.୩୬ କୋଟି ନିରବ ଫୋନ କଲ

By amfnews Aug 25, 2018 #Featured
219 Views

ନୂଆଦିଲ୍ଲୀ: ଗତ ୩ ବର୍ଷ ମଧ୍ୟରେ ଚାଇଲ୍ଡ ହେଲ୍ପ ଲାଇନ୍‌ ୧୦୯୮କୁ ୩କୋଟି ୪୦ ଲକ୍ଷ ଫୋନ ଆସିଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ସେଥିମଧ୍ୟରୁ ୧କୋଟି ୩୬ ଲକ୍ଷ ଫୋଡ଼ କଲ ହେଉଛି ନିରବ ଫୋନ କଲ। ଅର୍ଥାତ ଫୋନ କରିଥିବା ଶିଶୁ ଅଥବା କେହି ବୟସ୍କ ବ୍ୟକ୍ତି ସାହାଯ୍ୟ ଆଶାରେ ଚାଇଲ୍ଡ ହେଲ୍ପ ଲାଇନ୍‌କୁ ଫୋନ କରିଛନ୍ତି, ମାତ୍ର କୌଣସି ଅଦୃଶ୍ୟ କାରଣ ଯୋଗୁଁ ସେ ତାଙ୍କ କଥା କର୍ତ୍ତୃପକ୍ଷଙ୍କୁ କହିପାରି ନାହାଁନ୍ତି। ଚାଇଲ୍ଡଲାଇନ ଫାଉଣ୍ଡେସନ ଇଣ୍ଡିଆର ହରଲିନ ଓ୍ଵାଲିଆ କହିଛନ୍ତି ଯେ ଏହି ନିରବ ଫୋନ କଲଗୁଡ଼ିକୁ ବେଶ୍‌ ଗୁରୁତ୍ୱ ଦିଆଯାଉଛି। ୨୦୧୫ -୧୬ ମସିହାରେ ୨୭ ଲକ୍ଷ ନିରବ କଲ୍‌ ଆସିଥିବା ବେଳେ ୨୦୧୬-୧୭ ମସିହାରରେ ଏହା ଦ୍ୱିଗୁଣିତ ହୋଇ ୫୫ ଲକ୍ଷରେ ପହଞ୍ଚିଥିଲା। ସେହିପରି ୧୯୧୭-୧୮ରେ ଏହିପରି ୫୩ ଲକ୍ଷ କଲ ଆସିଥିବା ମିଳିଥିବା ତଥ୍ୟରୁ ଜଣାପଡ଼ିଛି।

ଚାଇଲ୍ଡଲାଇନ ଫାଉଣ୍ଡେସନ ଇଣ୍ଡିଆର ହରଲିନ ଓ୍ଵାଲିଆ କହିଛନ୍ତି ଯେ ଶିଶୁଟି ନିଜ କଥା ପ୍ରଥମ ଥର କଲ କରିବା ସମୟରେ କହିବା ପାଇଁ ସାହସ ଜୁଟାଇ ପାରି ନ ଥାଏ। ତେଣୁ ଏହିପରି ଭାବେ ଯେଉଁ ନିରବ ଫୋନ୍‌୍‍ କଲ ଗୁଡ଼ିକ ୧୦୯୮କୁ ଆସୁଛି ସେଥିପାଇଁ ଚାଇଲ୍ଡ ହେଲ୍ପ ଲାଇନ୍‌ ପକ୍ଷରୁ କଲ କରୁଥିବା ଶିଶୁ ଓ ବୟସ୍କ ବ୍ୟକ୍ତି ଯିଏ କୌଣସି ସ୍ଥାନରେ ଶିଶୁଟି ଦୁସ୍ଥ ଭାବେ ଥିବା ନେଇ ଚାଇଲ୍ଡ ଲାଇନ୍‌କୁ ସୂଚନା ଦେବାକୁ ଚାହୁଁଛନ୍ତି, ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ଉଚିତ। ଏ ଦିଗରେ ଶିଶୁଟିକୁ ଆବଶ୍ୟକ କାଉନ୍‌ସିଲିଂ ମଧ୍ୟ ଦଆଯିବା ଉଚିତ ବୋଲି ଚାଇଲ୍ଡଲାଇନ ଫାଉଣ୍ଡେସନ ଇଣ୍ଡିଆର ହରଲିନ ଓ୍ଵାଲିଆ କହିଛନ୍ତି ।

By amfnews

Related Post