Sun. Nov 24th, 2024

୩୨ ବର୍ଷରେ ପାଦ ଥାପିଲେ ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲି, ଜାଣନ୍ତୁ ରେକର୍ଡ

By amfnews Nov 5, 2020 #Featured
124 Views

ନୂଆଦିଲ୍ଲୀ/ଭୁବନେଶ୍ୱର, ନଭେମ୍ବର ୦୫: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଆଜି ୩୨ ବର୍ଷ ବୟସରେ ପାଦ ଥାପିଛନ୍ତି । ବିଗତ ୧୨ ବର୍ଷ ମଧ୍ୟରେ କୋହଲି ଜଣେ ଶ୍ରେଷ୍ଠସ୍ତରର ଯୁବ ଖେଳାଳି ଭାବେ ସମଗ୍ର ବିଶ୍ୱରେ ପରିଚୟ ହାସଲ କରିଛନ୍ତି । କୋହଲିଙ୍କ ନାମରେ ଅନେକ ଗୁଡ଼ିଏ ରେକର୍ଡ ପ୍ରତିଷ୍ଠା ହୋଇପାରିଛି । ସେ ଭାରତୀୟ କ୍ରିକେଟ ଟିମର ସଫଳ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ । ସେ ଭାରତୀୟ ଟିମର ସଫଳ ଟେଷ୍ଟ ଅଧିନାୟକ ହୋଇପାରିଛନ୍ତି ।

ବିରାଟ କୋହଲିଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ ବିରାଟଙ୍କ ପ୍ରଶଂସକମାନେ ଏକ ୨୦ ଫୁଟର ପୋଷ୍ଟର କରାଯାଇଛି । ତାଙ୍କ ପ୍ରଶଂସକମାନେ ଦିନକୁ ସ୍ମରଣୀୟ ରଖିବା ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିଛନ୍ତି ।  

ବିରାଟ କୋହଲିଙ୍କୁ ଜାଣନ୍ତୁ

-ବିରାଟ କୋହଲି ୧୯୮୮ ନଭେମ୍ବର ୫ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ।

-କୋହଲିଙ୍କ ନେତୃତ୍ୱରେ ଭାରତ ୨୦୦୮ରେ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା ।

-ଆଜିର ଦିନରେ ବିରାଟ କୋହଲିଙ୍କ ନାଁରେ ବହୁ ସଂଖ୍ୟାରେ ରେକର୍ଡ ସାମିଲ ହୋଇପାରିଛି ।

-ସେ ହେଉଛନ୍ତି ଭାରତର ଶ୍ରେଷ୍ଠ ସଫଳ ଟେଷ୍ଟ ଅଧିନାୟକ । 

-କୋହଲି ପ୍ରଥମ ଟେଷ୍ଟ ମ୍ୟାଚ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୦୧୧ରେ ଖେଳିଥିଲେ । 

-ଶ୍ରୀଲଙ୍କା ବପକ୍ଷରେ ୨୦୦୮ରେ ଦିନିକିଆ କ୍ରିକେଟ ପ୍ରଥମେ ଖେଳିଥିଲେ ।

-ବିରାଟ କୋହଲି ୪୩ଟି ଦିନିକିଆ ଓ ୨୭ ଟେଷ୍ଟ ଶତକ ସାମିଲ ଅଛି । 

-ସଚିନ ତେନ୍ଦୁଲକର ୧୦୦ ଓ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୭୧ ଶତକ ହାସଲ କରିଛନ୍ତି ।

-ଦିନିକିଆରେ କୋହଲି ୧୧ ହଜାର ୮୬୭ ରନ ଓ ଟେଷ୍ଟରେ ୭ ହଜାର ୨୪୦ ରନ କରିଛନ୍ତି । 

-ଭାରତ ପାଇଁ ସର୍ବାଧିକ ୭ଟି ଦ୍ୱି-ଶତକ ହାସଲ କରିଛନ୍ତି । 

-ବିରାଟ କୋହଲି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଛନ୍ତି । 

By amfnews

Related Post