Mon. Apr 21st, 2025

୩୦ ବର୍ଷ ପରେ ପ୍ରାୟ ୧ କୋଟି ଟଙ୍କା ପେନ୍‌ସନ୍‌ ପାଇବେ ୯୪ ବର୍ଷୀୟ ସେନା କର୍ମଚାରୀଙ୍କ ବିଧବା ପତ୍ନୀ

By amfnews Jan 25, 2019 #Featured
238 Views

ନୂଆଦିଲ୍ଲୀ, 25 Jan. 2019: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଫଳରେ ପ୍ରତିରକ୍ଷା ମନ୍ତ୍ରାଳୟ ୩୦ ବର୍ଷ ତଳେ ମୃତ୍ୟୁ ବରଣ କରିଥିବା ଜଣେ ପୂର୍ବତନ ସେନା ଅଧିକାରୀଙ୍କ ୯୪ ବର୍ଷୀୟ ବିଧବାପତ୍ନୀଙ୍କୁ ପରିବାର ପେନ୍‌ସନ୍‌ ଦେବାକୁ ନିର୍ଦେଶ ଦେଇଛି।

ପରିବାର ପେନ୍‌ସନ୍‌ ପାଇବାକୁ ଗତ ୨୯ ବର୍ଷ ହେବ ଥରକୁ ଥର ପ୍ରତିରକ୍ଷା ମନ୍ତ୍ରାଳୟକୁ ଲିଖିତ ଅନୁରୋଧ କରି ସକାରାତ୍ମକ ଜବାବ ନ ପାଇବାରୁ ସେନା ଇଞ୍ଜିନିୟର୍‌ ସ୍ୱର୍ଗତ କର୍ଣ୍ଣେଲ୍‌ ବେଞ୍ଜାମିନ୍‌ଙ୍କ ବିଧବା ପତ୍ନୀ ହେବେ ବେଞ୍ଜାମିନ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଲେଖିଥିଲେ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ହେବେ ବେଞ୍ଜାମିନ୍‌ ୨୯ ବର୍ଷ ପରେ ୭୫ ଲକ୍ଷ ଟଙ୍କା ପେନ୍‌ସନ୍‌ ବାବଦରେ ପାଇବେ ବୋଲି ଆଶା କରାଯାଉଛି। ଯଦି ପେ’ କମିସନ୍‌ ହିସାବରେ, ଏହା ସହ ସୁଧ ଓ ବକେୟା ଦିଆଯାଏ ତେବେ ସେ ପାଇବାକୁ ଥିବା ଅର୍ଥରାଶି ପାଖାପାଖି ୧ କୋଟି ଟଙ୍କା ହୋଇଯିବ।

ସମ୍ପ୍ରତି ଇସ୍ରାଏଲ୍‌ରେ ବସବାସ କରୁଥିବା ହେବେଙ୍କ ବନ୍ଧୁ ଓ ଆତ୍ମୀୟମାନେ ପ୍ରତିରକ୍ଷା ମନ୍ତ୍ରାଳୟ ଅଧିକାରୀଙ୍କୁ ଭେଟିଲେ ମଧ୍ୟ ସେମାନେ ତାଙ୍କ ଫାଇଲ୍‌ ଛାଡ଼ିବାକୁ ଇଚ୍ଛୁକ ନ ଥିଲେ। କାହିଁକି ତାଙ୍କୁ ପରିବାର ପେନ୍‌ସନ୍‌ ନ ମିଳିବାର କାରଣ ମଧ୍ୟ ଦର୍ଶା ଯାଉ ନ ଥିଲା।

କର୍ପସ୍‌ ଅଫ୍‌ ଇଞ୍ଜିନିୟର୍ସରେ ଚାକିରି କରିଥିବା କର୍ଣ୍ଣେଲ୍‌ ବେଞ୍ଜାମିନ୍‌ ୧୯୬୬ ମସିହାରେ ଅବସର ଗ୍ରହଣ କରିଥିଲେ। ତାଙ୍କର ଇଣ୍ଡିଆନ୍‌ ହାଇକମିସନ୍‌ ନମ୍ବର ଥିଲା ୨୦୦୩। ଅର୍ଥାତ୍‌ ସ୍ୱାଧୀନତା ପରେ ଭାରତୀୟ ସେନାରେ ତାଙ୍କୁ ୨୦୦୩ତମ ଅଧିକାରୀଭାବେ ନିଯୁକ୍ତ କରାଯାଇଥିଲା। ୧୯୯୦ ମସିହାରେ ତାଙ୍କର ମୃତ୍ୟୁ ଘଟିବା ପରେ ତାଙ୍କ ପେନ୍‌ସନ୍‌ ବନ୍ଦ ହୋଇ ଯାଇଥିଲା।

By amfnews

Related Post