Sun. Mar 8th, 2026

୩୦ କୋଟି ଟଙ୍କାର ହେରୋଇନ୍‌ ଜବତ, ଜଣେ ଆଫଗାନ ଗିରଫ

212 Views

ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜଣେ ଆଫଗାନ ନାଗରିକଙ୍କୁ ଗିରଫ କରିଛି ଜାତୀୟ ନାର୍କୋଟିକ ବ୍ୟୁରୋ। ତାଙ୍କଠାରୁ ୧.୮ କିଲୋଗ୍ରାମ ଓଜନର ଆଫଗାନ୍‌ ହେରୋଇନ୍‌ ଜବତ କରାଯାଇଛି। ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ଜବତ ହେରୋଇନ୍‌ର ମୂଲ୍ୟ ୩୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଆଫଗାନ ନାଗରିକ ଜଣକ କାନ୍ଦାହାରରୁ ହେରୋଇନ୍‌ ପ୍ୟାକେଟଗୁଡ଼ିକୁ ପେଟରେ ପୂରେଇ ଆଣିଥିଲେ। ସର୍ଜରୀ ପରେ ତାଙ୍କଠାରୁ ତାହା ଉଦ୍ଧାର କରାଯାଇଛି। ସେ ହେରୋଇନ୍‌ ସ୍ମଗଲ କରି ଆଣୁଥିବା ନେଇ ଜାତୀୟ ନାର୍କୋଟିକ ବ୍ୟୁରୋ ନିକଟରେ ସୂଚନା ଥିଲା। ତେଣୁ ତାଙ୍କୁ ଧରିବା ପାଇଁ ଦିଲ୍ଲୀ ବିମାନ ବନ୍ଦରରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ତାଙ୍କ ସହିତ ସନ୍ଦେହରେ ଅନ୍ୟ ୫ ଜଣ ଆଫଗାନ ଓ ନାଇଜେରୀୟ ନାଗରିକଙ୍କୁ ମଧ୍ୟ ଅଟକ ରଖାଯାଇ ଜେରା କରାଯାଉଛି। ତେବେ ସେମାନଙ୍କଠାରୁ କୌଣସି ନିଶାଦ୍ରବ୍ୟ ଜବତ ହୋଇନାହିଁ।

By amfnews

Related Post