Sat. Mar 7th, 2026
159 Views

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩୦ରୁ ଅଧିକ ଘର ପୋଡ଼ି ପାଉଁଶ ହୋଇ ଯାଇଛି।

ଆଜି ସକାଳେ ଗାଁର ନୂଆଁ ସାହିରେ କୌଣସି କାରଣ ବଶତଃ ଏକ ଘରେ ନିଆଁ ଲାଗି ଯାଇଥିଲା। ଏହାପରେ ନିଆଁ ବ୍ୟାପୀ ଯାଇ ୩୦ରୁ ଅଧିକ ଘର ପୋଡ଼ି ଛାରଖାର ହୋଇଯାଇଛି। ଅଧିକାଂଶ ଘର ଚାଳ ଛପର ହୋଇଥିବାକୁ ନିଆଁ ଅତିଶୀଘ୍ର ବ୍ୟାପୀ ଯାଇଥିଲା। ନିଆଁ ଲିଭାଇବା ଲାଗି ଲୋକେ ସମୟ ପାଇ ନଥିଲେ। ଖବର ପାଇ ପୁରୁଷୋତ୍ତମପୁର ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ।

ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ନିଆଁରେ ପୋଡ଼ିଯାଇଥିବା ସମ୍ପତ୍ତିର ମଧ୍ୟ ଆକଳନ ହୋଇପାରିନାହିଁ।

By amfnews

Related Post