Sun. Mar 8th, 2026

୩ଟି ଲୁଟ୍‌ର ସାମଗ୍ରୀ ସହ ୩ ଲୁଟେରା ଗିରଫ

138 Views

ପାରାଦୀପ, ଡିସେମ୍ବର ୮: ପାରାଦୀପ ପୁଲିସ ୩ଟି ଲୁଟ୍‌ ଘଟଣାର ଆଜି ପର୍ଦ୍ଦାଫାସ କରିଛି। ଏହା ଘଟାଇଥିବା ୩ଜଣ ଲୁ‌ଟେରାଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁଟ୍‌ ସାମଗ୍ରୀ ଜବତ କରିଛି। ପାରାଦୀପ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁଚରଣ ଏହା ପ୍ରକାଶ କରିଛନ୍ତି। ଶ୍ରୀ ମିଶ୍ରଙ୍କ ସୂଚନା ମୁତାବକ, ଗତ ନଭେମ୍ବର୨୯ତାରିଖ ରାତିରେ ତାରିଣୀ ଗଡା ଅଞ୍ଚଳର ଅଶୋକ ପୁରୋହିତଙ୍କ ଝରକା ଭାଙ୍ଗି ଲୁଟେରାମାନେ ଦୁଇଟି ମୁଦି, ଦୁଇଟି ମୋବାଇଲ୍‌ ଫୋନ୍‌ ଓ ଗୋଟିଏ ହାତଘଣ୍ଟା ଚୋରିକରି ନେଇଥିଲେ।

ସେଇ ତାରିଣୀ ଗଡାର ବାଇଧର ବେହେରାଙ୍କ ଝରକା ଭାଙ୍ଗି ଲୁଟେଣାମାନେ ମୋବାଇଲ୍‌ ଚୋରି କରିନେଇଥିଲେ। ସେହିପରି ଗତ ୩ତାରିଖ ଅପରାହ୍ନରେ ଭୂତମୁଣ୍ତାଇ ଫୁଲ୍‌ବେଲାରୀ ଗ୍ରାମର ମମତା ମଞ୍ଜରୀ ବସ୍‌କୁ ଅପେକ୍ଷା କରି ଠିଆହୋଇଥିବା ବେଳେ ତାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିଲା। ଏହି ତିନିଟଇ ଘଟଣାର ପୁଲିସ୍‌ ତଦନ୍ତ ଆରମ୍ଭ କରି ନିମିଢିର ରାଜା ଓରଫ ବିଶ୍ବନାଥ ନାୟକ, ଗୁଡୁ ଓରଫ ଚିନ୍ମୟ ପଲ୍ଲାଇ ଓ କୁଜଙ୍ଗ କୋଠୀସାହି ଗ୍ରାମର ଉମେଶ ସାହୁଙ୍କୁ ଗିରଫ କରିଛି ା ସେମାନଙ୍କ ନିକଟରୁ ସମସ୍ତ ଚୋରି ଜିନିଷ ଜବତ୍‌ ହୋଇଛି। ରାଜା ଓରଫ ବିଶ୍ବନାଥ ନାୟକ ଜଣେ ପେଶାଦାର ଚୋର ଓ ତା’ ନାମରେ ୧୦ରୁ ଅଧିକ ମାମଲା ରହିଥିବା ପୁଲିସ ପ୍ରକାଶ କରିଛି।

By amfnews

Related Post