137 Views
ନୂଆଦିଲ୍ଲୀ, ସେପ୍ଟେମ୍ବର ୦୯ :
ଠକେଇ କରୁଥିବା ବ୍ୟକ୍ତିଙ୍କୁ ନଧରିବା ଏବଂ ଠିକ୍ ସମୟ ପୂର୍ବରୁ ସବିଶେଷ ବିବରଣୀ ନଦେବା କାରଣରୁ ଆରବିଆଇ ୩ଟି ବ୍ୟାଙ୍କ ଉପରେ ଜୋରିମାନା ଲଗାଇଛି । ଏହି ବ୍ୟାଙ୍କ ଗୁଡିକ ହେଲା ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ।
ସୂଚନାନୁଯାୟୀ, ଆରବିଆଇ ପୃଥକ ପୃଥକ ଭାବେ ବିଜ୍ଞପ୍ତି ପ୍ରକାଶ କରି ସେମାନଙ୍କ ଠାରୁ ଏକ-ଏକ କୋଟି ଟଙ୍କାର ଜୋରିମାନା ଆଦାୟ କରିଛି । ବ୍ୟାଙ୍କିଙ୍ଗ୍ ନିୟମ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ମାମଲାରେ ସେୟାର ବଜାରରେ ଦିଆଯାଇଥିବା ସୂଚନାରେ ୟୁନିଅନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ମଧ୍ୟ ସୂଚନା ପ୍ରଦାନ କରିଛି । ବ୍ୟାଙ୍କ କହିବା ଅନୁଯାୟୀ, ସେପ୍ଟେମ୍ବର ୬ରେ ଏହି ବିଷୟରେ ସୂଚନା ମିଳିଥିଲା ।