Sun. Mar 8th, 2026

୨. ୫ ଲକ୍ଷ ଲିଟର ପାଣି ନେଇ ଆଜି ମରୁଡ଼ି ପ୍ରପୀଡ଼ିତ ଚେନ୍ନାଇରେ ପହଞ୍ଚିବ ସ୍ୱତନ୍ତ୍ର ରେଳ

255 Views

ଚେନ୍ନାଇ  : ୨. ୫ ଲକ୍ଷ ଲିଟର ପାଣି ନେଇ ଶୁକ୍ରବାର ଅପରାହ୍ଣରେ ଏକ ସ୍ୱତନ୍ତ୍ର ରେଳ ମରୁଡ଼ି ପ୍ରପୀଡ଼ିତ ଚେନ୍ନାଇରେ ପହଞ୍ଚିବ। ଦକ୍ଷିଣ ରେଳବାଇ ଜଣେ କର୍ମଚାରୀ କହିଛନ୍ତି, ତାମିଲନାଡୁର ଭେଲୋର ଜିଲ୍ଲାରୁ ୫୦ ଓ୍ଵାଗନ୍‌ବିଶିଷ୍ଟ ଗୋଟାଏ ସ୍ୱତନ୍ତ୍ର ରେଳ ପାଣି ନେଇ ଶୁକ୍ରବାର ଅପରାହ୍ଣରେ ଚେନ୍ନାଇରେ ପହଞ୍ଚିବ। ଭେଲୋର ଜିଲ୍ଲାର ଜୋଲାରପେଟ ରେଳବାଇ ଷ୍ଟେସନରୁ ପ୍ରଥମ ରେଳ ପାଣି ନେଇ ପ୍ରଥମ ରେଳ ଆଜି ସକାଳେ ଚେନ୍ନାଇ ଅଭିମୁଖେ ଯାତ୍ରା କରିଛି।

ସ୍ୱତନ୍ତ୍ର ରେଳର ପ୍ରତି ଓ୍ଵାଗନ୍‌ ଜୋଲାରପେଟ୍‌ ଷ୍ଟେସନ୍‌ରୁ ଫ୍ଲାଗ୍‌ ଅଫ୍‌ କରାଯାଇଛି। ପ୍ରତି ଓ୍ଵାଗନ୍‌ରେ ୫୦, ୦୦୦ ଲିଟର ଜଳ ଧାରଣ କ୍ଷମତା ରହିଛି। ଗୁରୁବାର ଦିନ ଏହି ସ୍ୱତନ୍ତ୍ର ରେଳ ଚେନ୍ନାଇରେ ପହଞ୍ଚି ଥାଆନ୍ତା, କିନ୍ତୁ ଭେଲ୍‌ଭ୍‌ରେ ଲିକେଜ୍‌ ହେବାରୁ କର୍ତ୍ତୃପକ୍ଷମାନେ ଆଉ ଗୋଟିଏ ଦିନ ବିଳମ୍ବ କରାଇଲେ। ଟ୍ରେନ୍‌ ବିଲ୍ଲିବାକ୍କମ୍‌ ଷ୍ଟେସନ୍‌ରେ ପହଞ୍ଚିବା ପରେ ପାଣି ଅନ୍‌ଲୋଡିଙ୍ଗ୍‌ ଉଦ୍ଘାଟନୀ ଉତ୍ସବରେ ତାମିଲନାଡୁ ସରକାରଙ୍କର ମନ୍ତ୍ରୀମାନେ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି।

By amfnews

Related Post