Sun. Mar 8th, 2026

୨ ବେପାରୀ ଗିରଫ, ୧୧ କେଜି ଗ‌େଞ୍ଜ‌ଇ ଜବତ

File written by Adobe Photoshop¨ 5.2
317 Views

ଖଣ୍ଡଗିରି: ବୁଧବାର ସକାଳେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଭୁବନେଶ୍ବର ଅବକାରୀ ବିଭାଗ ଫୁଲବାଣୀରୁ ଗଞ୍ଜେଇ କିଣି ଦିଲ୍ଲୀ ଚାଲାଣ କରୁଥିବା ଜଣେ ବେପାରୀକୁ ଗିରଫ କରିଛି। ସେ ହେଲେ, ବିହାର ପାଟନା ଜିଲ୍ଲା ପୁମ୍ପୁନ୍‌ ଥାନା ଅଞ୍ଚଳର ଶମ୍ଭୁ ସିଂହ(୪୫)। ପୁଲିସ ତା’ ନିକଟରୁ ୧୦କେଜି ଗଞ୍ଜେଇ ଜବତ କରିଛି। ସେହିଭଳି ଖଣ୍ଡଗିରି ଜାଗମରାରେ ଏକ ଦୋକାନରେ ଚଢ଼ଉ କରି ସେଠାରୁ ୧ କେଜି ଗଞ୍ଜେଇ ଜବତ କରାଯାଇଛି। ଦୋକାନର ମାଲିକାଣୀ କୁମୁଦିନୀ ଜେନା(୬୦)ଙ୍କୁ ଗିରଫ କରାଯାଇଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଆଜି ସକାଳ ପ୍ରାୟ ୮ଟା ବେଳେ ଶମ୍ଭୁ ଫୁଲବାଣୀରୁ ଆସି ବରମୁଣ୍ଡାରେ ଓହ୍ଲାଇଥିଲା। ସେଠାରୁ ଅଟୋରେ ଭୁବନେଶ୍ବର ରେଳ ଷ୍ଟେସନ୍‌ ଯିବ‌ାକୁ ଅପେକ୍ଷା କରିଥିଲା। ଅବକାରୀ ବିଭାଗ ଇନ୍‌ସ୍ପେକ୍ଟର ପ୍ରଭାତ କୁମାର ସେଠୀଙ୍କ ସନ୍ଦେହ ହେବାରୁ ସେ ଶମ୍ଭୁ ଧରିଥିବା ପଲିଥିନ୍ ବସ୍ତାକୁ ଯାଞ୍ଚ କରିଥିଲେ। ଫଳରେ ଶମ୍ଭୁ ଧରା ପଡ଼ିଯାଇଥିଲା। ଅବକାରୀ ଅଧିକାରୀମାନଙ୍କୁ ଶମ୍ଭୁ ଦେଇଥିବା ସୂଚନାନୁସାରେ, ଦିଲ୍ଲୀରେ ଫୁଲବାଣୀ ମାଲ୍‌ର ଚାହିଦା ଅଧିକ। କିଲୋ ପିଛା ୧୬ ହଜାର ଟଙ୍କା ମିଳିଥାଏ। ଗୋଟିଏ ଥରରେ ସେ ୧୦ କେଜି ମାଲ୍ ଚାଲାଣ କରି ଲକ୍ଷାଧିକ ଟଙ୍କା ରୋଜଗାର କରିଥାଏ। ଅବକାରୀ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟଙ୍କ ନିର୍ଦେଶରେ ଆଇଆଇସି ପ୍ରଭାତ ସେଠୀ, ଏସ୍‌ଆଇ ହୃଦୟ ସାମନ୍ତ, ଏଏସ୍‌ଆଇ ସୁଜିତ୍ ମୁଦୁଲି ଏହି ଚଢ଼ଉରେ ସାମିଲ୍‌ ହୋଇଥିଲେ।

By amfnews

Related Post