Thu. Dec 26th, 2024

୨ ବର୍ଷର ଶିଶୁକୁ ଅପହରଣ ପରେ ଦୁଷ୍କର୍ମ, ରେଳଧାରଣାରେ ଛାଡ଼ି ଚାଲିଗଲା ଅଭିଯୁକ୍ତ

By amfnews Nov 19, 2018 #Featured
100 Views

ନୂଆଦିଲ୍ଲୀ, ନଭେମ୍ବର ୧୯ : ପୁରୁଣା ଦିଲ୍ଲୀ ରେଳଷ୍ଟେସନ ନିକଟରୁ ଜଣେ ୨ ବର୍ଷର ଶିଶୁ କନ୍ୟା ରବିବାର ଉଦ୍ଧାର ହୋଇଛି । ପୋଲିସ କହିଛି ନାବାଳିକାକୁ ପ୍ରଥମେ ଅପହରଣ କରାଯାଇ ପରେ ଦୁଷ୍କର୍ମ କରାଯାଇଛି । ଏହି ଘଟଣାରେ ଡ୍ରଗ ସେବନକାରୀ ଜଣେ ୨୪ ବର୍ଷିଅ ଯୁବକ ଗିରଫ ହୋଇଛି ବୋଲି ପୋଲିସ କହିଛି ।

ନିଷ୍ପାପ ଶିଶୁ କନ୍ୟା ଶୁକ୍ରବାର-ଶନିବାର ମଧ୍ୟରାତ୍ରିରେ ଅପହରଣ ହୋଇଥିଲା । ସେତେବେଳକୁ ସେ ଉତ୍ତର ଦିଲ୍ଲୀ ଅଞ୍ଚଳର ଏକ ଫୁଟପାଥ ରାସ୍ତାରେ ତା’ର ମା’ ସହିତ ଶୋଇଥିଲା ବୋଲି ଜଣେ ବରିଷ୍ଠ ପୋଲିସ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାତି ପାଖାପାଖି ୨ଟା ହେବ ମା’ ଦେଖିବାକୁ ପାଇଲେ ଯେ, ତାଙ୍କ ଝିଅ ନିଖୋଜ ହୋଇ ଯାଇଛି । ସେ ଆଖାପାଖ ଅଞ୍ଚଳରେ ଖୋଜାଖୋଜି କରି ମଧ୍ୟ ପାଇ ନଥିଲେ । ଶନିବାର ସକାଳ ୧୦ଟାରେ ସେ ପୋଲିସ ଥାନାକୁ ଯାଇ ଶିଶୁକନ୍ୟା ନିଖୋଜ ଥିବା ନେଇ ଏକ ଅଭିଯୋଗ କରିିଥିଲେ ।

ଅପରାହ୍ନରେ ପୋଲିସକୁ ସୂଚନା ମିଳିଥିଲା ଯେ, ଜଣେ ଶିଶୁ କନ୍ୟାକୁ କେନ୍ଦ୍ରୀୟ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରେ ସେ ଅପହରଣ ହୋଇଥିବା ଶିଶୁ ବୋଲି ଜଣାପଡ଼ିଥିଲା । ଅପହରଣ ପରେ ଶିଶୁକୁ ଦୁଷ୍କର୍ମ କରାଯାଇ ପରେ ଏକ ପରିତ୍ୟକ୍ତ ସ୍ଥାନରେ କେହି ଜଣେ ଅଭିଯୁକ୍ତ ଛାଡି ଚାଲି ଯାଇଥିଲା । ବର୍ତ୍ତମାନ ଶିଶୁକନ୍ୟାର ଅବସ୍ଥା ଭଲ ଅଛି । ପୋଲିସ ସିସିଟିଭି ଫୁଟେଜକୁ ଆଧାରକରି ଅଭିଯୁକ୍ତକୁ ଗିରଫ କରିଛି । ଏକ ଚୋରୀ ଘଟଣା ସହିତ ଜଡ଼ିତ ଥିବା ଅଭିଯୋଗରେ ଯୁବକ ଜଣକ ତିନି ମାସ ପୂର୍ବରୁ ଏହି ଅଭିଯୁକ୍ତ ଗିରଫ ହୋଇଥିଲା ।

By amfnews

Related Post