Fri. Mar 6th, 2026

୨ ଦିନ ପରେ ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ

183 Views

ଜଗତସିଂହପୁର : ଦୁଇ ଦିନ ପରେ ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମହାନଦୀର କୋଟକଣା ଘାଟରେ ଗାଧୋଉଥିବା ବେଳେ ନାବାଳକଜଣକ ଗତ ଗୁରୁବାରଠୁ ନିଖୋଜ ହୋଇଯାଇଥିଲେ। ଏହାପରେ ତାଙ୍କୁ ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ କିଛି ପତ୍ତା ମିଳିପାରିନଥିଲା।

ଆଜି ସକାଳୁ ପାଣିରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟଲୋକେ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ମୃତଦେହ ନିଖୋଜ ନାବାଳକଙ୍କର ବୋଲି ସୂଚନା ମିଳିଛି। ତାଙ୍କ ନାଁ ରୁଦ୍ର ନାରାୟଣ ଦାସ।

ସୂଚନାଯୋଗ୍ୟ, ଗୁରୁବାର ରୁଦ୍ର ନିଜ ସାଙ୍ଗମାନଙ୍କ ସହିତ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଅସାବଧାନତାବଶତଃ ସେ ପାଣିରେ ବୁଡ଼ି ଯାଇଥିଲେ। ତେବେ ରୁଦ୍ର ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକେ ତିର୍ତ୍ତୋଲ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଦୁଇ ଦିନ ଧରି ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ରୁଦ୍ରଙ୍କୁ ଖୋଜିଥିଲେ। ହେଲେ କୌଣସି ପତ୍ତା ମିଳିପାରିନଥିଲା। ଆଜି ସକାଳେ କୋଟକଣା ଘାଟର କିଛି ଦୂରରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।

By amfnews

Related Post