Sun. Nov 24th, 2024

୨ ଦିନରେ ଧରା ପଡ଼ିଲେଣି ୪୭ ଦଲାଲ

By amfnews Sep 27, 2019 #Featured
97 Views

ଭୁବନେଶ୍ୱର  :  ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ଲାଗୁ ହେବାକୁ ଥିବା ‘ମୋ ସରକାର’ ଯୋଜନା ପୂର୍ବରୁ ମେଡିକାଲ ଓ ଆରଟିଓ ଅଫିସକୁ ଦଲାଲମୁକ୍ତ କରିବା ଅଭିଯାନ ଜୋରସୋରରେ ଚାଲିଛି। ମାତ୍ର ୨ ଦିନ ଭିତରେ ରାଜ୍ୟର ବିଭିନ୍ନ ହସ୍ପିଟାଲ ଓ ଆରଟିଓ କାର୍ଯ୍ୟାଳୟରୁ ଧରାପଡିଲେଣି ୪୭ ଜଣ ଦଲାଲ୍ ।

ଏତେ ସଂଖ୍ୟାରେ ଦଲାଲ୍ ଧରାପଡିବା ପରେ ସ୍ପଷ୍ଟ ହେଉଛି ଯେ  ବର୍ଷ ବର୍ଷ ଧରି  ସାଧାରଣ ଲୋକେ କିପରି ସେବା ପାଉଥିଲେ।   ତେବେ ଆସନ୍ତା ୧୫ ଦିନ ମଧ୍ୟରେ ଦଲାଲରାଜ୍ ସଫା ପାଇଁ ସବୁ ଏସ୍‌ପି ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ଖୋଦ ରାଜଧାନୀ ସମେତ କେନ୍ଦୁଝର, ବାଲେଶ୍ୱର ଓ ନବରଙ୍ଗପୁରରେ ବେଶ୍ ସକ୍ରିୟ ରହିଛନ୍ତି ଏହି ଦଲାଲମାନେ।

By amfnews

Related Post