Fri. Jun 13th, 2025

୨ କୋଟି ଟଙ୍କା ମୂଲ୍ୟର ବେଣ୍ଟ୍‌ଲି ସମେତ ନିଲାମ ହେବ ନିରବ ମୋଦୀଙ୍କ ସହ ସମ୍ପୃକ୍ତ ୧୩ଟି କାର୍‌

By amfnews Nov 3, 2019 #Featured
176 Views

ମୁମ୍ବାଇ: ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ସହ ସମ୍ପୃକ୍ତ ୧୩ଟି ଗାଡ଼ିକୁ ନଭେମ୍ବର ୭ ତାରିଖ ଦିନ ନିଲାମ କରିବ ପ୍ରବର୍ତ୍ତନ ନିର୍ଦେଶାଳୟ। ଏହି ଗାଡ଼ିଗୁଡ଼ିକ ମଧ୍ୟରେ ରହିଛି ଗୋଟାଏ ବିଳାସମୟ ସ୍ପୋର୍ଟସ୍‌ ସେଡାନ୍‌ ବେଣ୍ଟ୍‌ଲି ଆର୍ଣ୍ଣେଜ୍‌, ଯାହାର ସର୍ବନିମ୍ନ ମୂଲ୍ୟ ରହିବ ୨ କୋଟି ଟଙ୍କା।

ନଭେମ୍ବର ୭ ତାରିଖ ଦିନ ନିଲାମ ହେବାକୁ ଥିବା ୧୩ଟି କାର୍‌ ମଧ୍ୟରୁ ଗୋଟିଏ ରୋଲ୍‌ସ୍‌ ରୟସ୍‌ ଘୋଷ୍ଟ୍‍ ଏବଂ ଗୋଟିଏ ପୋର୍ସି ପ୍ୟାନ୍‌ମେରା ସମେତ କେତେଗୁଡ଼ିଏ କାର୍‌ ପୁନର୍ନିଲାମ ହେବ। ଗତ ଜୁନ୍‌ ମାସରେ କରାଯାଇଥିବା ପୁନର୍ନିଲାମରେ ଏହି କାର୍‌ ଦୁଇଟି ଯଥାକ୍ରମେ ୧. ୭୦ କୋଟି ଓ ୬୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା, କିନ୍ତୁ କେତେକ ଛୋଟମୋଟ ସମସ୍ୟା ଯୋଗୁଁ ତାହା ସାକାର ହୋଇ ପାରିଲା ନାହିଁ।

Image Source: News18

ଗାଡ଼ିର ବୟସ ଏବଂ ବ୍ୟବହାର ଆଧାରରେ ସର୍ବନିମ୍ନ ନିଲାମ ମୂଲ୍ୟ ଧାର୍ଯ୍ୟ କରାଯିବ। ବେଣ୍ଟ୍‌ଲି ଆର୍ଣ୍ଣେଜ୍‌ ନିମନ୍ତେ ନିଲାମ ମୂଲ୍ୟ ରହିଛି ଟ. ୨, ୦୦, ୮୦, ୦୦୦/-। ନିଲାମ ହେବାକୁ ଥିବା ନିରବ ମୋଦୀଙ୍କ ମାଲିକାନାର କାର୍‌ଗୁଡ଼ିକ ମଧ୍ୟରୁ ଏହା ସବୁଠୁ ମହଙ୍ଗା।

ନିଲାମ ଧରିବାକୁ ଇଚ୍ଛୁକ ବ୍ୟକ୍ତିବିଶେଷ ନଭେମ୍ବର ୪ ତାରିଖ ଏବଂ ୫ ତାରିଖ ଦିନ ତିନୋଟି ସ୍ଥାନ- ଓ୍ଵର୍ଲିର ସମୁଦ୍ର ମହଲ, ପେଦ୍ଦାର ରୋଡ୍‌ର ଗ୍ରୋସ୍‌ଭେନର୍‌ ହାଉସ୍‌ ଏବଂ କୁର୍ଲାର (ପଶ୍ଚିମ) କୋହିନୂର ସିଟିର ପାର୍କିଙ୍ଗ୍‌ ବେସ୍‌ମେଣ୍ଟ୍‌ରେ ଗାଡ଼ିଗୁଡ଼ିକୁ ତନଖି ପାରିବେ।

By amfnews

Related Post