137 Views
ଗଞ୍ଜାମ, ନଭେମ୍ବର ୧୭: ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରର ୨ଟି ଏଟିଏମ୍ରୁ ବ୍ୟାଟେରୀ ଲୁଟ୍ ହୋଇଛି। ୨ ଜଣ ଲୁଟେରା ୟୁକୋ ବ୍ୟାଙ୍କ୍ ଓ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏଟିଏମ୍ ଭିତରେ ପଶି ବ୍ୟାଟେରୀ ଲୁଟ୍ କରିନେଇଛନ୍ତି।
ଏଟିଏମ୍ ଭିତରେ ଲାଗିଥିବା ସିସିଟିଭି ଫୁଟେଜ୍ରେ ଲୁଟ୍ର ଦୃଶ୍ୟ କଏଦ୍ ହୋଇଛି।
ଏ ନେଇ ସଂପୃକ୍ତ ବ୍ୟାଙ୍କ୍ ପକ୍ଷରୁ ଛତ୍ରପୁର ଥାନାରେ ୨ଟି ମାମଲା ରୁଜୁ ହୋଇଛି। ସିସିଟିଭି ଫୁଟେଜ୍ ଯାଞ୍ଚ୍ କରି ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ୍ ପ୍ରୟାସ ଜାରି ରଖିଛି।