Mon. Mar 9th, 2026

୨୫ ହଜାର ହୋମଗାର୍ଡଙ୍କୁ ଛଟେଇ ନିଷ୍ପତ୍ତିକୁ ବଦଳାଇଲେ ଉତ୍ତର ପ୍ରଦେଶ ସରକାର

209 Views

ଲକ୍ଷ୍ନୌ: ଗତକାଲି ଉତ୍ତର ପ୍ରଦେଶ ସରକାର ନିଷ୍ପତ୍ତି ନେଇଥିଲେ ଯେ ରାଜ୍ୟର ୨୫ ହଜାର ହୋମଗାର୍ଡଙ୍କୁ ଛଟେଇ କରିବେ। ହେଲେ ଆଜି ତାକୁ ଫେରାଇ ନେଇଥିବା ଜଣାଯାଇଛି। ଉତ୍ତର ପ୍ରଦେଶର ହୋମଗାର୍ଡ ବିଭାଗ ମନ୍ତ୍ରୀ ଚେତନ ଚୌହାନ୍ କହିଛନ୍ତି ଯେ ରାଜ୍ୟର ସରକାର ସରକାର ନିଜର ନିଷ୍ପତ୍ତି ବଦଳାଇଛନ୍ତି । ସେ ଆହୁରି କହିଛନ୍ତି ଯେ କେହି ଜଣେ ହୋମଗାର୍ଡ ଚାକିରି ହରାଇବେ ନାହିଁ ସମସ୍ତ ହୋମଗାର୍ଡଙ୍କୁ କାମ ମିଳିବ ।

ପୁଲିସ ବିଭାଗର ଅଧିକାରୀମାନଙ୍କସହ ଆଲୋଚନାପରେ ସରକାର ନିଜର ପୂର୍ବ ନିଷ୍ପତ୍ତିକୁ ବଦଳାଇଛନ୍ତି ବୋଲି ମନ୍ତ୍ରୀ ଚେତନ ଚୌହାନ୍ କହିଛନ୍ତି । ଯେଉଁମାନଙ୍କୁ ଚାକିରିରୁ ଛଟେଇ କରାଯାଉଛି ସେମାନଙ୍କୁ ପୁରୁଣା ବଜେଟ୍‌ ଅନୁସାରେ ଦରମା ଦିଆଯିବ । ଡ୍ୟୁଟି ସମୟ ନେଇ ୫୦୦ ଟଙ୍କା ଲେଖାଏଁ ହିସାବରେ ହୋମଗାର୍ଡଙ୍କୁ ଦରମା ମିଳିବ । ଯେଉଁମାନେ ପୁଣି ଥରେ ଆସିବେ ସେମାନଙ୍କୁ ତାଙ୍କର କାମରେ ନିୟୋଜିତ କରାଯିବ ।

गोरखपुर में पुलिस ड्यूटी से हटाए गए होमगार्ड के 700 जवान Gorakhpur News

ଯେଉଁ କର୍ମଚାରୀମାନେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଦାୟିତ୍ୱରେ ଥିଲେ ସେମାନଙ୍କ ମଧ୍ୟରୁ ୧୭ ହଜାର ଜଣଙ୍କର ଡ୍ୟୁଟି ପୂରଣ ହୋଇସାରିଛି ।
ଚେତନ ଚୌହାନ୍ ଆହୁରି ମଧ୍ୟ କହିଛନ୍ତି ଯେ ରୋଟେସନ୍‌ କରାଯାଇ ହୋମଗାର୍ଡମାନଙ୍କୁ ୨୫ ଦିନ ଭିତରୁ ୧୪ ରୁ ୧୫ ଦିନ ଡ୍ୟୁଟି ମିଳିବ ବୋଲି ମନ୍ତ୍ରୀ ଚେତନ ଚୌହାନ୍ କହିଛନ୍ତି ।

By amfnews

Related Post