Thu. Dec 26th, 2024

୨୫ ଭରି ସୁନା ଅଳଙ୍କାର ଓ ନଗଦ ୭୨ ହଜାର ଟଙ୍କା ନେଇ ଗଲେ ଚୋର

By amfnews Nov 12, 2018 #Featured
123 Views

ରାଉରକେଲା, ୧୨ା୧୧ : ଘରେ ଶୋଇଥିବା ବେଳେ ଚୋର ଦଳ ଘରେ ପଶି ୨୫ ଭରି ଓଜନର ସୁନା ଅଳଙ୍କାର ସମେତ ନଗଦ ୭୨ ହଜାର ଟଙ୍କା ଚୋରି କରି ନେଇଥିବା ଖବର ମିଳିଛି । ଘର ମାଲିକ ଏ ନେଇ ସେକ୍ଟର-୩ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁୁ କରି ଘଟଣାର ତଦନ୍ତ ଚଳାଇଛି । ସେକ୍ଟର-୪ରେ ରହୁଛନ୍ତି ଆର୍ଏସ୍ପି ଅଧିକାରୀ ମାନସ ରଞ୍ଜନ ପାତ୍ର । ଗତକାଲି ରାତିରେ ଶ୍ରୀ ପାତ୍ର ଓ ତାଙ୍କ ପରିବାର ଖାଇପିଇ ଶୋଇ ପଡ଼ିଥିଲେ । ଚୋର ଦଳ ସ୍କାଏ ଲାଇଟ୍ ଭାଙ୍ଗି ଘରେ ପଶି ଯାଇଥିଲେ ।

ଘରର ଅନ୍ୟ ଏକ କୋଠରିରେ ଏକ ଆଲମିରା ଖୋଲା ପଡ଼ିଥିଲା । ଚୋର ଦଳ ଆଲମିରାରୁ ୨୫ ଭରି ସୁନା ଅଳଙ୍କାର ଓ ନଗଦ ୭୨ ହଜାର ଟଙ୍କା ନେଇ ଯାଇଥିଲେ । ଆଜି ସକାଳୁ ନିଦ ଭାଙ୍ଗିଲା ପରେ ଘର ଲୋକେ ଚୋରି କଥା ଜାଣିବାକୁ ପାଇଥିଲେ । ଘର ମାଲିକ ଏ ସମ୍ପର୍କରେ ସେକ୍ଟର-୩ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଛି । ଅନ୍ୟପକ୍ଷରେ ଏହି ଚୋରି ଘଟଣାରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ଅନୁମାନ କରାଯାଉଛି । କାରଣ ସ୍କାଏ ଲାଇଟ୍ ଭାଙ୍ଗି ଘର ଭିତରେ ପଶି ଚୋରି କରିବା ଜଣେ ଚୋରର କାମ ନୁହେଁ । ଏହା ସହିତ ଶ୍ରୀ ପାତ୍ରଙ୍କ ପରିବାର ସହିତ ଚିହ୍ନାଜଣା ଥିବା କେହି ଚୋର ଏହି କାଣ୍ଡ କରି ଥାଏ ପାରେ । ପୁଲିସ ବିଭିନ୍ନ ଦିଗକୁ ଲକ୍ଷ୍ୟ ରଖି ତଦନ୍ତ ଚଳାଇଛି । ପରିବାର ଲୋକେ ଶୋଇଥିବା ବେଳେ ଘର ଭିତରେ ପଶି ଚୋର ଦଳ ଚୋରି କରିବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି ।

By amfnews

Related Post