339 Views
ଜାପାନ, ସେପ୍ଟେମ୍ବର ୦୪:
ଜାପାନରେ ଆଜି ୨୫ ବର୍ଷ ପରେ ସବୁଠାରୁ ଶକ୍ତିଶାଳୀ ତୋଫାନ ଆସିଛି । ଦେଶର ପାଣିପାଗ ବିଭାଗ ପକ୍ଷରୁ ଝଡତୋଫାନ ସହ ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯାଇଛି । ପଶ୍ଚିମ ଜାପାନରେ ଘଂଟା ପ୍ରତି ୨୧୬ କିମି ବେଗରେ ପବନ ବହିବା ସହ ଭୀଷଣ ବର୍ଷା ହେଉଛି । ସବୁଠାରୁ ଉତପ୍ତ ରହିଥିବା ଏହି ଅଂଚଳ ବର୍ତମାନ ବର୍ଷା ପାଣିରେ ଭାସୁଥିବା ନଜର ଆସିଛି ।
ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଲୋକଙ୍କୁ ଅତିଶୀଘ୍ର ସ୍ଥାନ ଖାଲି କରିବା ପାଇଁ ନିବେଦନ କରିଛନ୍ତି । ଏହା ସହ ଅଂଚଳବାସୀଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ଦ୍ରବ୍ୟ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜାପାନର ପାଣିପାଗ ବିଭାଗ ବନ୍ୟା ଏବଂ ପବନ ଯୋଗୁଁ ପଶ୍ଚିମ ଜାପାନରେ ଉଚ୍ଚ ଜୁଆର ଆସିବା ସହ ଅଧିକାଂଶ ଅଂଚଳ କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା କରିଛି ।
ସୂଚନାଯୋଗ୍ୟ କି, ୧୯୯୩ରେ ଶେଷଥର ପାଇଁ ଜାପାନରେ ଏଭଳି ଝଡତୋଫାନ ଦେଖାଯାଇଥିଲା ।