Tue. Mar 10th, 2026

୨୪ ଘଣ୍ଟାରେ ଅନନ୍ତନାଗରେ ଦୁଇ ଥର ସେନା-ଆତଙ୍କବାଦୀ ମୁହାଁମୁହିଁ

169 Views

ଶ୍ରୀନଗର : ୨୪ ଘଣ୍ଟା ମଧ୍ୟରେ ଜମ୍ମୁ କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଦୁଇ ଥର ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଆର୍ମି ମେଜର ସହିଦ ହୋଇଛନ୍ତି।

ଆଜି ସକାଳେ ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବା ସୂଚନା ରହିଛି। ଓ୍ୱାଘମା ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ଆଜି ରାଷ୍ଟ୍ରୀୟ ରାଇଫଲ, ଏସଓଜି, ରାଜ୍ୟ ପୁଲିସ ସର୍ଚ୍ଚ ଅପରେସନ କରିଥିଲେ। ଏବେ ଲୁଚି ରହିଥିବା ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମିୟ ଚାଲିଛି। ଏଯାଏ ଉଭୟପଟୁ କେହି ମୃତାହତ ହୋଇନଥିବା ସୂଚନା ରହିଛି।

ଗତକାଲି ଅନନ୍ତନାଗର ଆଞ୍ଚବଲରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଜଣେ ଆର୍ମି ମେଜର ସହିଦ ହୋଇଥିବା ବେଳେ ୨ ଜଣ ଯବାନ ଓ ଜଣେ ଅଫିସର ଆହତ ହୋଇଥିଲେ। ଆଞ୍ଚବଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା ବେଳେ ଆତଙ୍କବାଦୀମାନେ ପ୍ରଥମେ ଆକ୍ରମଣ କରିଥିଲେ। ଫଳରେ ଏଠାରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ସହିଦ ଯବାନ କେତନ ଶର୍ମା ଉତ୍ତର ପ୍ରଦେଶ ମେରୁଟ କାଣ୍ଟର ବୋଲି ଜଣାପଡ଼ିଛି। ସେହିପରି ନିହତ ହୋଇଥିବା ଆତଙ୍କବାଦୀର ପରିଚୟ ମିଳି ପାରିନାହିଁ।

By amfnews

Related Post