Sat. Mar 7th, 2026

୨୪ରେ ଓଡ଼ିଶା ଆସୁଛନ୍ତି ମୋଦି, ‘ଆଇଆଇଟି’ର ନୂଆ ପରିସର କରିବେ ଲୋକାର୍ପଣ

516 Views

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୨୪ ତାରିଖରେ ଓଡ଼ିଶା ଆସୁଛନ୍ତି। ମୋଦିଙ୍କ ଗସ୍ତ ନେଇ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ମୋଦି ଦିନିକିଆ ଗସ୍ତ କାଳରେ ଜଟଣୀର ଅରଗୁଳସ୍ଥିତ ‘ଆଇଆଇଟି’ର ନୂତନ ପରିସରକୁ ଲୋକାର୍ପଣ କରିବେ। ସେହିପରି ସେ ବ୍ରହ୍ମପୁରସ୍ଥିତ ‘ଆଇଆଇଏସଇଆର’ ପରିସର ପାଇଁ ଶିଳାନ୍ୟାସ କରିବେ। ଏହା ବ୍ୟତୀତ ମୋଦି ଆହୁରି କିଛି ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ବୋଲି ପ୍ରଧାନ ନିଜର ଟୁଇଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି।

View image on TwitterView image on Twitter

Dharmendra Pradhan

@dpradhanbjp

କେନ୍ଦ୍ର ସରକାରଙ୍କ ଦ୍ୱାରା ଐତିହାସିକ ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ମୋଦି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ପାଇକ ବିଦ୍ରୋହର ଇତିହାସକୁ ମନେ ପକାଇ ଡାକ ଟିକେଟ ଓ ମୁଦ୍ରା ଉନ୍ମୋଚନ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଖୋର୍ଦ୍ଧାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସ୍ଥାନୀୟ ବିଏସ୍‌ଏଫ୍‌ କ୍ୟାମ୍ପ ସମ୍ମୁଖ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମୋଦିଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ରବିବାର ସଭାସ୍ଥଳ ପରିଦର୍ଶନ କରିଛନ୍ତି।

By amfnews

Related Post