Sat. Nov 23rd, 2024

୨୧ ମିନିଟ, ୧୨ ମିରାଜ,୧୦୦୦ ବୋମ ଏବଂ ୩୦୦ ଆତଙ୍କବାଦୀ ନିପାତ !

By amfnews Feb 26, 2019 #Featured
290 Views

ନୂଆଦିଲ୍ଲୀ, ଫେବ୍ରୁଆରୀ ୨୬  : ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଏହାର କଡା ଜାବବ ଦେବାକୁ ଦାବି କରୁଥିବା ଭାରତୀୟଙ୍କୁ ବଡ ଉପହାର ଦେଇଛି ଭାରତୀୟ ବାୟୁସେନା । ଭାରତ ମଙ୍ଗଳବାର ପାକିସ୍ତାନରେ ଭିତରେ ପଶି ଆକ୍ରମଣ କରି ଆତଙ୍କବାଦୀ କ୍ୟାମ୍ପ ଗୁଡିକୁ ଧ୍ୱଂସ କରିଛି । ଏହି ଆକ୍ରମଣରେ 300ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ ହୋଇଥିବା ଅନୁମାନ କରାଯାଉଛି । ଏହି ଆକ୍ରମଣକୁ ଭାରତର ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ କୁହାଯାଉଛି । ଏହା ପୂର୍ବରୁ 2016ରେ ଉରି ଆକ୍ରମଣ ପରେ  ଭାରତୀୟ ସେନା ସର୍ଜିକାଲ ଷ୍ଟ୍ରାଇକ କରି ପାକକୁ ଜବାବ ଦିଆଯାଇଥିଲା ।

ବାୟୁସେନାର ଏହି ଅପରେସନ ସମ୍ପର୍କରେ ଆସନ୍ତୁ ଜାଣିବା

ଭାରତୀୟ ବାୟୁସେନାର ପୁରା ଅପରେସନର 21 ମିନିଟର ଥିଲା । ଏହି 21 ମିନିଟରେ ବାୟୁସେନାର 12ଟି ମିରାଜ-2000 ଯୁଦ୍ଧ ବିମାନ ପାକର ଅଲଗା ଅଲଗା ସ୍ଥାନରେ ଆକ୍ରମଣ କରି ଧ୍ୱଂସ ରଚିଥିଲା । ବାୟୁସେନା ପିଓକେର ବାଲାକୁଟ ଠାରେ ଥିବା ପ୍ରାୟ 10ଟି କ୍ୟାମ୍ପ ଧ୍ୱଂସ କରିଛି । ଏହା ସହ ମୁଜାଫରାବାଦ, ଚକୋଟରେ ଥିବା ଆତଙ୍କବାଦୀ ସଂଗଠନ ଉପରେ ଆକ୍ରମଣ କରି ସେଠାରେ ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱଂସ କରିଥିବା ସୂତ୍ରରୁ ସୂଚନା ମିଳିଛି । ଏହା ସହ ଜୈଶର କଣ୍ଟ୍ରୋଲ ରୁମକୁ ମଧ୍ୟ ଧ୍ୱଂସ କରିଛି ।

ଅନୁସାରେ 1971 ମସିହାରେ ହୋଇଥିବା ଭାରତ-ପାକ ଯୁଦ୍ଧ ପରେ ଭାରତୀୟ ବାୟୁସେନା ସୀମାରେ ଏହି ପରି ଆକ୍ରମଣ କରିଛି । ବାୟୁସେନା ପିଓକେର ବାଲାକୁଟ ଠାରେ ଥିବା ପ୍ରାୟ ଜୈଶର 10ଟି କ୍ୟାମ୍ପ ଧ୍ୱଂସ କରିଛି । ଏହା ସହ ମୁଜାଫରାବାଦ, ଚକୋଟରେ ଥିବା ଆତଙ୍କବାଦୀ ସଂଗଠନ ଉପରେ ଆକ୍ରମଣ କରି ସେଠାରେ ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱଂସ କରିଥିବା ସୂତ୍ରରୁ ସୂଚନା ମିଳିଛି । ଜୈଶର 3 ଟି କଣ୍ଟ୍ରୋଲ ରୁମକୁ ମଧ୍ୟ ଧ୍ୱଂସ କରିଛି ଭାରତୀୟ ବାୟୁସେନା ।

By amfnews

Related Post