Sat. Mar 7th, 2026

୨୦୩୨ ଅଲିମ୍ପିକ୍ ଲାଗି ବିଡ୍‌ ଦଖଲ କରିବ ଭାରତ

233 Views

ନୂଆଦିଲ୍ଲୀ, ଡିସେମ୍ବର ୦୪: ଭାରତରେ ଅଲିମ୍ପିକ୍ସ ଆୟୋଜନ କରିବା ଲାଗି ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ଅଣ୍ଟା ଭିଡ଼ିଛି। ୨୦୩୨ ଅଲିମ୍ପିକ୍ ଆୟୋଜନ ଲାଗି ଆଇଓଏ ବିଡ୍‌ ଦାଖଲ କରିବା ଲାଗି ନିଷ୍ପତ୍ତି ନେଇଛି। ଏଥିଲାଗି ସରକାରଙ୍କ ସହଯୋଗ ମାଗିଛି ଆଇଓଏ। ଅନ୍ତର୍ଜାତୀୟ ଅଲିମ୍ପିକ୍‌ ସଂଘ (ଆଇଓସି)ର ମୁଖ୍ୟ ‌ଥୋମାସ ବାକ୍‌ ଭାରତ ଗସ୍ତ ବେଳେ ଆଇଓଏର ସଭାପତି ନରିନ୍ଦର ବାତ୍ରା ଏହି ବିଷୟରେ ତାଙ୍କ ସହ ଆଲୋଚନା କରିଥିଲେ। ଆଇଓଏ ମଧ୍ୟ ଅଲିମ୍ପିକ୍‌ ଆୟୋଜନ ଲାଗି ବିଡ୍‌ ଦାଖଲ କରିବା ଲାଗି ଇଚ୍ଛୁକ ଥିବା ନେଇ ଏକ ପତ୍ର ଆଇଓସିକୁ ପଠାଇ ସାଇଛି। ଏଥିସହ ଆଇଓଏର ସାଧାରଣ ସମ୍ପାଦକ ରାଜୀବ ମେ‌ହେଟା ଆସନ୍ତା ମାସରେ ଟୋକିଓରେ ହୋବାକୁ ଥିବା ଆଇଓସି ବ‌ୋର୍ଡ ବୈଠକ ବେଳେ ଜାକ୍‌ଲିନ୍‌ ବାରେଟ୍‌ଙ୍କ ନେତୃତ୍ବରେ ଗଠିତ ୩ ଜଣିଆ ଅଲିମ୍ପିକ୍‌ ବିଡ୍‌ ସମିତିର ସଦସ୍ୟଙ୍କ ସହ ଆଲୋଚନା କରିବେ। ସୂଚନାଯୋଗ୍ୟ ଯେ ୨୦୩୨ ଅଲିମ୍ପିକ୍‌ ଆୟୋଜନ ଲାଗି ବିଡ୍‌ ଦାଖଲ ପ୍ରକ୍ରିଆ ୨୦୨୨ରୁ ଆରମ୍ଭ ହେବ ଏବଂ ୨୦୨୫ରେ ଆୟୋଜକ ସହରର ନାମ ଘୋଷିତ ହେବ।

By amfnews

Related Post