Sat. Mar 7th, 2026

୨୦୨୧ ପ୍ରାରମ୍ଭ ପର୍ଯ୍ୟନ୍ତ ଟିକାର ପ୍ରଥମ ବ୍ୟବହାର ଆଶା କରାଯାଇପାରିବ ନାହିଁ: ‘ହୁ’ ବିଶେଷଜ୍ଞ

204 Views

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ହରାଇବା ପାଇଁ ଏବେ ଅନେକ ଦେଶ ଲାଗିପଡ଼ିଛନ୍ତି। ଏ ନେଇ ଲୋକଙ୍କୁ ସୁସ୍ଥ କରିବା ଲକ୍ଷରେ ଏବେ ବୈଜ୍ଞାନିକମାନ ବିଭିନ୍ନ ପ୍ରକାରର କରୋନା ଟିକା ଉପରେ ଗବେଷଣା ଆରମ୍ଭ କରିଛନ୍ତି। ଭାରତ ସମତେ କିଛି ଦେଶ ଏବେ କୋଭିଡ୍ ଟିକାର ମାନବ ପରୀକ୍ଷଣ ଆରମ୍ଭ କରି ଦେଇଥିବା ବେଳେ ଖୁବ୍ ଶୀଘ୍ର ଏହା ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। କିନ୍ତୁ ଏବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବିଷେଶଜ୍ଞ କିଛି ଭିନ୍ନ ମତ ରଖିଛନ୍ତି।

ଅନୁସନ୍ଧାନକାରୀମାନେ କୋଭିଡ -୧୯ ପାଇଁ ଟିକା ବିକଶିତ କରିବାରେ ଭଲ ଅଗ୍ରଗତି କରୁଛନ୍ତି, ଏହାର ମାନବ ପରୀକ୍ଷଣ ଏବେ ଆରମ୍ଭ ହୋଇଯାଇଥିଲେ ମଧ୍ୟ ୨୦୨୧ ପ୍ରାରମ୍ଭ ପର୍ଯ୍ୟନ୍ତ ସେମାନଙ୍କର ପ୍ରଥମ ବ୍ୟବହାର ଆଶା କରାଯାଇପାରିବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (‘ହୁ’)ର ବିଶେଷଜ୍ଞ କହିଛନ୍ତି।

ସବୁ ଦେଶକୁ ସମାନ ଭାବରେ ଟିକା ବଣ୍ଟନ ନିଶ୍ଚିତ କରିବାକୁ ‘ହୁ’ କାର୍ଯ୍ୟ କରୁଛି, କିନ୍ତୁ ଏ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ବରେ ବଢ଼ିବାରେ ଲାଗିଛି, ଯାହାକୁ ରୋକିବା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ‘ହୁ’ର ଜରୁରୀକାଳୀନ କାର୍ଯ୍ୟକ୍ରମର ମୁଖ୍ୟ ମାଇକ ରିଆନ।

By amfnews

Related Post