Sat. Nov 23rd, 2024

୨୦୨୧ ଜୁଲାଇ ସୁଦ୍ଧା ୩୦୦ ମିଲିଅନ ଡୋଜ କରୋନା ଟିକା ପ୍ରସ୍ତୁତ କରିବୁ: ସେରମ

By amfnews Dec 29, 2020 #Featured
197 Views

ନୂଆଦିଲ୍ଲୀ, ଡିସେମ୍ବର ୨୯ :  ଭାରତର ସେରମ କଂପାନୀ ସୋମବାର କହିଛି ଯେ,  ଏପର୍ଯ୍ୟନ୍ତ ୪୦ରୁ ୫୦ ମିଲିଅନ ଡୋଜ କୋଭିଡ ଟିକା ପ୍ରସ୍ତୁତ କରିସାରିଛି । କଂପାନୀର ମୁୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୂନୱାଲା ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ୨୦୨୧ ଜୁଲାଇ ସୁଦ୍ଧା ଆମେ ୩୦୦ ମିଲିଅନ ଡୋଜ କରୋନା ଟିକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛୁ । ନୂଆବର୍ଷର ପ୍ରଥମ ୬ ମାସ ମଧ୍ୟରେ ଆମର ଉତ୍ପାଦନ କ୍ଷମତା ବଢ଼ାଇବୁ । ଆମକୁ କେହି ସହଯୋଗ ନ କଲେ ବି ୨୦୨୧ ଅଗଷ୍ଟ-ସେପ୍ଟେମ୍ବର ମାସରେ ଟିକା ଉତ୍ପାଦନ ସହ ଯୋଗାଇ ପାରିବୁ ।

ପୁନୱାଲା କହିଛନ୍ତି, ବ୍ରିଟେନରେ ସେରମ ସଂସ୍ଥା ଦ୍ୱାରା ଉତ୍ପାଦିତ ହୋଇଥିବା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡିସେମ୍ବର ଅଥବା ଜାନୁଆରୀରେ ଅନୁମତି ମିଳିପାରେ । ଏ ନେଇ ଆମେ ଭଲ ଖବରକୁ ଅପେକ୍ଷା କରିଛୁ । କଂପାନୀ ଶିଶୁମାନଙ୍କ ଟିକା ପ୍ରସ୍ତୁତ କରିଛି । କୋଭିଡ-୧୯ ଟିକା ନେଇ ସେ କହିଛନ୍ତି ଯେ, ଭାରତ ସରକାରଙ୍କ ନିଷ୍ପତ୍ତି ଉପରେ ଏହା ନିର୍ଭର କରିବ ।  

By amfnews

Related Post